ଦେଶରେ ୨୪ ଘଣ୍ଟାରେ ୨୬,୯୬୪ କରୋନା ସଂକ୍ରମିତ ଓ ୩୮୩ ମୃତ

0 57

ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬, ୯୬୪ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୪,୧୬୭ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତଙ୍କ ଅପେକ୍ଷା କରୋନା ସୁସ୍ଥଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି, ଯାହ ଏକ ଆଶ୍ୱସ୍ତିକର କଥା । ସୁସ୍ଥତା ହାର ୯୭.୭୭ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୭ ଲକ୍ଷ ୮୩ ହଜାର ୭୪୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ୧ ହଜାର ୯୮୯ ରହିଛି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୩୮୩ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ୪ ଲକ୍ଷ ୪୫ ହଜାର ୭୬୮ ରୋଗୀଙ୍କର ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୦୮ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୬୯ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୩ କୋଟି ୩୫ ଲକ୍ଷ ୩୧ ହଜାର ୪୯୮ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି ।

hiranchal ad1
Leave A Reply

Your email address will not be published.

8 − 7 =