ରାମେଶ୍ୱରୀଙ୍କୁ ଆନ୍ତର୍ଜାତୀୟ ସରୋଜିନୀ ନାଇଡୁ ନାଇଟଏଙ୍ଗଲ ସମ୍ମାନ

0 38

ଗଞ୍ଜାମ /ବ୍ରହ୍ମପୁର :ସେବା ସମର୍ପଣ ଏବଂ କଠିନ ପରିଶ୍ରମ ମଣିଷକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ବିପରୀତ ସ୍ରୋତରେ ନିଜର ଦକ୍ଷତା ପାଇଁ ସମାଜ ତାଙ୍କୁ ସ୍ୱୀକୃତି ଦିଏ ସମ୍ମାନ ବି ଦିଏ । ତେବେ ବ୍ରହ୍ମପୁର ଭଳି ଏକ ଛୋଟିଆ ସହରର ଝିଅ ରାମେଶ୍ୱରୀ ନନ୍ଦ ଆଜି ଚର୍ଚ୍ଚାରେ । କୋଭିଡ଼ ମହାମାରୀ ସମୟରେ ଲୋକଙ୍କର ସହ ରହି ନିଜର ଅନୁଷ୍ଠାନ କଳାଞ୍ଜଳୀ ଟ୍ରଷ୍ଟ ମାଧ୍ୟମରେ ସେବା କାର୍ଯ୍ୟ ଜାରୀ ରଖିଥିଲେ । ତାଙ୍କର ଏଭଳି ସେବା ସମର୍ପଣ ମନୋଭାବକୁ ସମ୍ମାନ ଜଣାଇ ତାଙ୍କୁ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଏସିଆନ ଏକାଡେମୀକ ଆର୍ଟ ତରଫରୁ ସରୋଜିନୀ ନାଇଡୁ ନାଇଟଏଙ୍ଗଲ ସମ୍ମାନରେ ସମ୍ମାନିତ କରିଅଛି । ଶ୍ରୀମତୀ ନନ୍ଦ ବହୁ ପ୍ରତିଭାର ଅଧିକାରୀ ଜଣେ ଶିକ୍ଷାବିତ, ନୃତ୍ୟ ଶିକ୍ଷକ ପ୍ରଯୋଜିକା ଅଭିନେତ୍ରୀ ସହ ୨୦୨୦ ଶ୍ରୀମତୀ ସୁନ୍ଦରୀ ପ୍ରତିଯୋଗିତାରେ ମୁମ୍ବାଇ ଗ୍ଲୋବାଲ ଇଣ୍ଡିଆ ତରଫରୁ ଓଡ଼ିଶାର ବ୍ରାଣ୍ଡ ଅମ୍ବାସୋଡ଼ର ଏବଂ ସର୍ବୋପରି ଜଣେ ଉତ୍ତମ ସ୍ତ୍ରୀ, ବୋହୂ, ଜଣେ ଭଲ ମଣିଷ । ଆଜି ବ୍ରହ୍ମପୁର ସହର ଗୋଟିଏ ଏମିତି ଝିଅ ଯିଏ ନିଜର ପରିଶ୍ରମ ଏବଂ ପ୍ରତିଭା ଦ୍ୱାରା ସମସ୍ତଙ୍କୁ ବିମୋହିତ କରିପାରିଛନ୍ତି । ଆଜି ସେ ଅନେକ ଯୁବଗୋଷ୍ଠି ପାଇଁ ସେ ଏକ ପ୍ରେରଣା ସାଜିଛନ୍ତି । ଗତ ସେପ୍ଟେମ୍ବର ୧୫ ଦିନ ବ୍ରହ୍ମପୁରର ରାମେଶ୍ୱରୀ ନନ୍ଦ ଅନ୍ତର୍ଜାତୀୟ ସମ୍ମାନିତ ସମ୍ମାନିତ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ନୋଇଡାଠାରେ ଅନୁଷ୍ଠିତ ହୋଇଥିବା ଗ୍ଲୋବାଲ ଲିଟେରାରୀ ଫେଷ୍ଟିବାଲ ୨୦୨୧, ଏସିଆନ ଏକାଡେମୀ ଅଫ ଆର୍ଟସ ଏବଂ ଅନ୍ତର୍ଜାତୀୟ କର୍ମଜୀବୀ ମାହିଳା ଅନୁଷ୍ଠାନ ଦ୍ୱାରା ଏହି ସମ୍ମାନ ଉତ୍ସବଟି ଆୟୋଜିତ ହୋଇଥିଲା । ଅନୁଷ୍ଠାନ ତରଫରୁ ଦେଶ ବିଦେଶରୁ ଯେଉଁ ମାନେ ସବୁ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି ସେମାନଙ୍କର ଏକ ବିଶେଷ ବିବରଣୀ ସହ ତାଙ୍କୁ ଯୋଗାଯୋଗ କରିଥିଲେ । ସେମାନଙ୍କର ସେବା ପାଇଁ ତାଙ୍କୁ ଏଭଳି ସମ୍ମାନ ଦିଅଯାଇଥିଲା । ସଂସ୍ଥାର ସଭାପତି ଡ଼ଃ ସନ୍ଦୀପ ମାରୱା ଏହି ସମାନ ସ୍ପଦ ପୁରସ୍କାର ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

five × three =