ଜୁନିୟର ହକି ବିଶ୍ୱକପ : କାନାଡା ବିପକ୍ଷରେ ଭାରତର ବିଶାଳ ବିଜୟ

0 55

ଭୁବନେଶ୍ୱର ୨୫/୧୧ :ଆଜି ଜୁନିୟର ହକି ବିଶ୍ୱକପରେ ଗୋଲ ବର୍ଷା ଦେଖିବାକୁ ମିଳିଛି । ପ୍ରତିଟି ମ୍ୟାଚରେ ହାଇ ଗୋଲ ସ୍କୋର ହୋଇଛି । କିଛି ସମୟ ପୂର୍ବରୁ ସମାପ୍ତ ଏକ ଲିଗ ମ୍ୟାଚରେ ଭାରତୀୟ ଦଳ କାନାଡାକୁ ୧୩-୧ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି । ଭାରତୀୟ ଦଳ ପକ୍ଷରୁ ସଂଜୟ ଓ ଅରିଜିତ ସିଂ ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି । ସେହିପରି ଓଡ଼ିଆ ପୁଅ ଅଭିଷେକ ଲାକ୍ରା ୫୫ ମିନିଟରେ ଗୋଟିଏ ଗୋଲ କରିଥିଲେ । ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଭାରତୀୟ ଦଳ ଏହି ବିଜୟ ସହ ଟୁର୍ଣ୍ଣାମେଣ୍ଟକୁ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛି । ଅରିଜିତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

11 + four =