ଗୋଚ୍ଛାପଡା ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ୧୫୩ ଏକର ଗଞ୍ଜେଇ ଚାଷ ନଷ୍ଟ

0 82

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟା ଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ । ଗୁରୁବାର ଦିନ ତମାମ କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସ ଓ ସଦର ଅବକାରୀ ବିଭାଗର କର୍ମଚାରୀମାନେ ମିଶି ସଲଗୁଡା ପଞ୍ଚାୟତର ସଲାଗୁଡ଼ା ଓ ମାଦା ପଡା ଆଦି ଗ୍ରାମର ନାଳ ନିକଟରେ ବେଆଇନ ଭାବେ ଲଗାଯାଇଥିବା ୧୫୩ ଏକର ଗଞ୍ଜେଇ ଗଛ ନଷ୍ଟ କରିଥିବା କଥା ଗୋଚ୍ଛାପଡାଥାନା ଅଧିକାରୀ ରଂଜିତ କୁମାର ମୁନି କହିଛନ୍ତି । ଏ ସବୁ ନଷ୍ଟ ହୋଇଥିବା ଗଞ୍ଜେଇ ଗଛ ମୂଲ୍ୟ ପନ୍ଦର କୋଟି ଟଙ୍କା ହେବ ବୋଲି ମୁନି କହିଛନ୍ତି । ଏଥିରେ ଗୋଚ୍ଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ମାଜିଷ୍ଟ୍ରେଟ ଦାୟୀତ୍ୱରେ ଥିବା ତହସିଲଦାର ସମେତ ଗୋଚ୍ଛାପଡା ଆରଆଇ, ବହୁ ପୋଲିସ ଓ ଅବକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ପୋଲିସ ୧୧୭ / ୨୧ ଧାରା ୨୦ (ଏ )ଓ ଏନଡିପିଏସ ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା କହିଛନ୍ତି ଗୋଚ୍ଛାପଡା ଥାନା ଅଧିକାରୀ । ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି ।

hiranchal ad1
Leave A Reply

Your email address will not be published.

six + three =