ଘନେଇଲା ଜଗନ୍ନାଥ ମନ୍ଦିର ଓ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ବିବାଦ, କ.ନୂଆଗାଁରେ ଦୋକାନ ବଜାର ବନ୍ଦ

0 46

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଠାରେ ନିର୍ମାଣ ଚାଲିଥିବା ଜଗନ୍ନାଥ ମନ୍ଦିରକୁ ନୂତନ ଭାବେ ଗଠନ ହୋଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁରକ୍ଷା ମଞ୍ଚ ମନ୍ଦିର ନିର୍ମାଣ କାର୍ଯ୍ୟକୁ ବିରୋଧ କରୁଥିବାରୁ ତା ବିରୁଦ୍ଧରେ ପ୍ରତିବାଦ କରି ଆଜି ଦୁର୍ଗାପୂଜା କମିଟି ଓ ବଜାର କମିଟି ପକ୍ଷରୁ ଦୋକାନ ବଜାର ବନ୍ଦ କରାଯାଇଛି । ଏହାପରେ ବ୍ଲକର ସମସ୍ତ ଶହ ଶହ ଜଗନ୍ନାଥଙ୍କ ପ୍ରେମୀ ଏକାଠି ହୋଇ ତହସିଲ ଅଫିସ୍‌କୁ ଯାଇଥିଲେ ।
ସେଠାରେ ତହସିଲଦାର ଲକ୍ଷ୍ମୀଧର ରାଉତଙ୍କ ଅନୁପସ୍ଥିତିରେ ନାଜିର ସୁଭେନ୍ଦ୍ର କୁମାର ସାହୁଙ୍କୁ ମନ୍ଦିର ସମନ୍ଧୀୟ କାଗଜ ପତ୍ର ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ସୁରକ୍ଷା ମଞ୍ଚ ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ତହସିଲଦାର ଆଜି ଏହି ବିବାଦର ଶୁଣାଣି କରିବା ପାଇଁ ଡ଼କାଇଥିଲେ । ତହସିଲଦାର ରେଭ୍ୟୁ ବୈଠକ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିବାରୁ ପୁଣି ୩୦/୧୧/୨୦୨୧ ଶୁଣାଣି କରିବା ପାଇଁ ଏକ ତାରିଖ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସଭାପତି କୃଷ୍ଣ ମୋହନ ପାଣିଗ୍ରାହୀ,ଉପସଭାପତି ପଣ୍ଡିତ କୁମାର ବିଶୀମଝି,ସମ୍ପାଦକ ଧବଳେଶ୍ୱର ପାତ୍ର କଞ୍ଜାମେଣ୍ଡି ସରପଞ୍ଚ ସନିରା ପ୍ରଧାନ, ସିର୍ତ୍ତିଗୁଡ଼ା ସରପଞ୍ଚ ବନମାଳୀ ପ୍ରଧାନଙ୍କ ସମେତ ବ୍ଲକର ସହ ସହ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 × three =