କପିଲ୍ କହିଲେ କ’ଣ ପାଇଁ ମୁଁ ଲଣ୍ଡା ହେଲି

0 112

ନୂଆଦିଲ୍ଲୀ: ଲକ୍‌ଡାଉନ୍ ବେଳେ ଘରେ ରହି କିଏ ବେଶ ପୋଷାକରେ ତ ଆଉ କିଏ ନିଜ ନିଜ ପୁଅ, ଝିଅ, ସ୍ତ୍ରୀଙ୍କ ସହିତ ଦିନ କାଟୁଛନ୍ତି । କିନ୍ତୁ ଭାରତର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବ କିଛିଦିନ ହେବ ଟିକିଏ ନୂଆ ଲୁକ୍‌ରେ ନଜରକୁ ଆସୁଛନ୍ତି । ନିଜେ ଲଣ୍ଡା ହୋଇ ସୋଶିଆଲ୍ ମିଡ଼ିଆରେ ଏହି ନୂଆ ଲୁକ୍‌କୁ ପୋଷ୍ଟ କରି ଖୁବ୍ ପ୍ରଶଂସିତ ହେଉଛନ୍ତି କପିଲ । କିଛି ପ୍ରଶଂସକ କପିଲଙ୍କ ଏହି ଲୁକ୍‌କୁ ଭିଭିଆନ୍ ରିଚାର୍ଡ଼ସ୍ ଓ ସୟଦ କିର୍ମାନୀଙ୍କ ସହ ମଧ୍ୟ ତୁଳନା କରିଛନ୍ତି । କିନ୍ତୁ କପିଲ୍ ଦେବ କାହିଁକି ଲଣ୍ଡା ହେଲେ ଏବଂ ତାଙ୍କ ଲଣ୍ଡା ହେବା ପଛର କାରଣ କ\’ଣ, ତାହାର ଖୁଲାସା ଖୋଦ୍ ନିଜେ କପିଲ୍ କରିଛନ୍ତି । କପିଲ ଲଣ୍ଡା ହେବା ପଛରେ ଆଉ କେହି ନାହାନ୍ତ ବରଂ ଭାରତକୁ ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ହିଁ ଅଛନ୍ତି । କେବଳ ଧୋନି ବି ନୁହଁନ୍ତି, ୱେଷ୍ଟଇଣ୍ଡିଜ୍‌ର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ରିଚାର୍ଡ଼ସନ୍‌ଙ୍କଠାରୁ ମଧ୍ୟ ସେ ପ୍ରେରଣା ପାଇଛନ୍ତି ବୋଲି କହିଛନ୍ତି । କପିଲ୍ ପୁଣି କହିଛନ୍ତି, ଇନଷ୍ଟାଗ୍ରାମରେ ମୁଁ ଭିଭିଆନ୍ ରିଚାର୍ଡ଼ଙ୍କ ଲୁକ୍‌କୁ ଦେଖିଥିଲି । ସେ ମୋ ହିରୋ, ତେଣୁ ମୁଁ ଭାବିଲି କାହିଁକି ତାଙ୍କୁ ଅନୁସରଣ ନକରିବି । ତା\’ଛଡ଼ା ଧୋନି ମଧ୍ୟ ମୋ ଆଦର୍ଶ । ୨୦୧୧ ବିଶ୍ୱକପ୍ ଜିତିବା ପରେ ଧୋନି ମଧ୍ୟ ଲଣ୍ଡା ହୋଇଥିଲେ । ତେଣୁ ମୁଁ ମଧ୍ୟ ଦିନେ ଏଭଳି କରିବାକୁ ଆଶା ବାନ୍ଧିଥିଲି । ଏବେ ସେହି ସୁଯୋଗ ପାଇଥିବାରୁ ମୁଁ ଲଣ୍ଡ ହେଲି ବୋଲି କପିଲ୍ କହିଛନ୍ତି ।

hiranchal ad1
Leave A Reply

Your email address will not be published.

11 − 1 =