ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘ ପକ୍ଷରୁ ଅକ୍ଷୟ ତୃତୀୟ ପାଳିତ

0 79

ପାରାଦ୍ୱୀପ: ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟ ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ରବିବାର ପୂର୍ବାହ୍ନରେ କୃଷକ ସଂଘର ଅଧ୍ୟକ୍ଷ ତଥା ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ ସଂଘ କାର୍ଯ୍ୟାଳୟରେ ଯୋଗ ଦେଇ ସଂଘର ପ୍ରତିଷ୍ଠାତା ତଥାକୁଜଙ୍ଗ ଅଂଚଳର ଗାନ୍ଧୀ ସ୍ୱର୍ଗତ ନାରାୟଣ ବୀରବର ସାମନ୍ତ ଓ ସ୍ୱର୍ଗତ ଗୌର ମୋହନ ସାହୁଙ୍କର ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ସାମନ୍ତଙ୍କ ଫଟୋ ଚିତ୍ରରେ ଧୂପଦୀପ ଓ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପବିତ୍ର ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୁଳ କରି ଚାଷକାର୍ଯ୍ୟ ଆରମ୍ଭ କରିବାକୁ କୃଷକମାନଙ୍କୁ ନିବେଦନ କରିଥିଲେ । ମହାମାରୀ କରୋନା ହେତୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୃଷକ ସମାବେଶକୁ ବାତିଲ କରାଯାଇଥିଲା । କିନ୍ତୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ କୃଷକମାନଙ୍କ ପ୍ରତି ଗଭୀର ସମ୍ମାନ ଓ ସମବେଦନା ଜ୍ଞାପନ କରି ସାମାଜିକ ଦୂରତା ରକ୍ଷା କରି ଚାଷ କରିବା ପାଇଁ ନିବେଦନ କରିଥିଲେ ଏବଂ କୃଷି ଓ କୃଷକର ମଙ୍ଗଳ ନିମନ୍ତେ ଜଗତର ଗୁରୁ ଓ ଜଗତରନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଏହି ନିରାଡମ୍ବର ସଭାରେ ପୂର୍ବଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ସାଧାରଣ ସଂପାଦକ ରଂଜନ କୁମାର ପଲାଇଙ୍କ ସମେତ କୃଷକ ସଂଘର ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷଙ୍କ ସମେତ ଚିନ୍ମୟ ଦାସ, ମିହିରାକନ୍ତ ସାହୁ, ରତ୍ନାକାର ଜେନା, ଜଗବନ୍ଧୁ ବିଶ୍ୱାଳ, ତ୍ରିନାଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three − two =