ଆଜିଠୁ ଟି-୨୦ ବିଶ୍ବକପ୍

0 100

ନୂଆଦିଲ୍ଲୀ, :    ଆଜିଠୁ ଟି-୨୦ ବିଶ୍ବକପ୍ । ପ୍ରଥମ ମ୍ୟାଚରେ ଓମାନର ମସ୍କଟରେ ଆୟୋଜକ ଓମାନକୁ ଭେଟିବ ପାପୁଆ ନ୍ୟୁଗିନି । ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ଭେଟିବ ସ୍କଟଲାଣ୍ଡ ।୧୬ ଦଳୀୟ ପ୍ରତିଯୋଗିତାରେ ମୋଟ ୪୫ ମ୍ୟାଚ୍ ଖେଳାଯିବ। ଏହାର ସୁପର ୧୨ ପର୍ଯ୍ୟାୟ ଆସନ୍ତା ୨୩ ତାରିଖରୁ ଖେଳାଯିବ। ଏଥିରେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ୮ ଏବଂ ପ୍ରଥମ ପର୍ଯ୍ୟାୟରୁ ଯୋଗ୍ୟତା ଅର୍ଜନ କରିଥିବା ୪ ଦଳ ସାମିଲ ରହିବେ। ଭାରତ ୨୪ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ।ନଭେମ୍ବର ୧୪ ତାରିଖରେ ଏହି ପ୍ରତିଯୋଗିତାର ମେଗା ଫାଇନାଲ୍ ଖେଳାଯିବ। ୨୦୦୭ ପ୍ରଥମ ଟି-୨୦ ବିଶ୍ବ କପ୍ ଜିତିଥିଲା ଭାରତ । ଏହା ପରଠୁ ଭାରତ ଟି-୨୦ ବିଶ୍ବ କପ୍ ଜିତିନି । ବିଶ୍ବ କପର ଅନ୍ୟତମ ଦାବିଦାର ଭାରତ ଦ୍ବିତୀୟ ଥର ପାଇଁ ବିଜେତା ହେବା ଲାଗି ଚେଷ୍ଟା କରିବ।

hiranchal ad1
Leave A Reply

Your email address will not be published.

17 − 7 =