ସ୍ତ୍ରୀ ହତ୍ୟାକାରୀ ସ୍ୱାମୀର ଥାନାରେ ଆତ୍ମସମର୍ପଣ

0 278

ପାଟଣାଗଡ : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗ୍ରାମ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ମିଳିଥିବା ସୂଚନା ଅନୁସାରେ ଭରତବାହାଲ ଗ୍ରାମର ପଞ୍ଚୁ ନାଏକ (୨୫) ଗତକାଲି ଶନିବାର ରାତିରେ ତାଙ୍କ ସ୍ତ୍ରୀ ମିନା (୨୨)ଙ୍କ ସହିତ କୌଣସି କଥାକୁ ନେଇ କଟାକଟି ହେବାରୁ ପଞ୍ଚୁ ଉତକ୍ଷିପ୍ତ ହୋଇ ଏକ କୋରାଢି ଫସାରେ ତାଙ୍କ ସ୍ତ୍ରୀ ମିନାଙ୍କ ମୁଣ୍ଡରେ ଜୋରରେ ପ୍ରହାର କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ମିନାଙ୍କ ମୃତ୍ୟୁ ହୋଇଥିଲା । ପଞ୍ଚୁ ଦାବକାନୀ ଗ୍ରାମରୁ ଏକ ବର୍ଷ ହେବ ମିନାଙ୍କୁ ବିବାହ କରିଥିଲେ ବୋଲି ପରିବାର ଲୋକଙ୍କଠାରୁ ଜଣାପଡିଛି । ପଞ୍ଚୁ ଥାନା ରେ ଆତ୍ମସମର୍ପଣ କରିଥିବା ବେଳ ଲରମ୍ଭା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି । ଘଟଣା ସ୍ଥଳକୁ ବଲାଙ୍ଗୀର ଏସପି ପହଞ୍ଚିଲା ପରେ ଶବ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

1 × one =