ବାର୍ଥ ଡେ’ ସ୍ପେଶାଲ : ପଡିଆରେ ଅଖତରଙ୍କୁ ଦେଇଥିଲେ ଏମିତି ଜବାବ

0 40

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହୱାଗ ଆଜି ତାଙ୍କର ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କୁ ବିଶ୍ୱର ଶ୍ରେଷ୍ଠ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ଗଣାଯାଏ । ସେ ଟେଷ୍ଟ, ଦିନିକିଆ ଏବଂ ଟି -୨୦ରେ ବିସ୍ଫୋରକ ବ୍ୟାଟିଂ କରୁଥିଲେ । ବିରୁଙ୍କ ସାମ୍ନାରେ ବିଶ୍ୱର ବହୁ ବୋଲର ଭୟ କରୁଥିଲେ । ପାକିସ୍ତାନର ପୂର୍ବତନ ବିପଜ୍ଜନକ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ସହ ବିରୁଙ୍କ ବହୁବାର ପଡ଼ିଆରେ ଯୁକ୍ତିତର୍କ ହୋଇଥାଏ । ବ୍ୟାଟ୍‌ ଏବଂ ବଲ୍‌ ବ୍ୟତୀତ ପଡ଼ିଆରେ ଏହି ଦୁଇଜଣଙ୍କ ମଧ୍ୟରେ ମୌଖିକ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଥାଏ । ସେହୱାଗଙ୍କ ଜନ୍ମଦିନରେ, ଆସନ୍ତୁ ଜାଣିବା ଏପରି ଏକ ଘଟଣା ବିଷୟରେ ।

hiring


୨୦୦୪ ମସିହାରେ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯାଇଥିଲା । ଏହି ସମୟରେ ବିରେନ୍ଦ୍ର ସେହୱାଗ ଏବଂ ଶୋଏବ ଅଖତର ଏକ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ । ବିରୁଙ୍କ ବ୍ୟାଟିଂ ସମୟରେ ଅଖତର ତାଙ୍କୁ ଜାଣିଶୁଣି ଅସୁବିଧାରେ ପକାଉଥିଲେ ଏବଂ ପ୍ରତ୍ୟେକ ବଲ ପରେ କହିଥିଲେ, ‘ଚୌକା ମାର କେ ଦିଖା, ଚୌକା ମାର କେ ଦିଖା’ । ଯେତେବେଳେ ଶୋଏବ ବାରମ୍ବାର ଏମିତି କହିଲେ, ସେହୱାଗ ପ୍ରତି ଉତ୍ତରରେ କହିଥିଲେ ତୁମେ ବୋଲିଂ କରିବାକୁ ଆସିଛ ନା ଭିକ ମାଗିବାକୁ । ଏହାପରେ ସେହି ଓଭରରେ ସେହୱାଗ ଚୌକା ମାରି ଅଖତରଙ୍କ ମୁହଁ ବନ୍ଦ କରିଥିଲେ ।
ବିରେନ୍ଦ୍ର ସେହୱାଗଙ୍କ ଟେଷ୍ଟ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୧୦୪ ଟେଷ୍ଟ ମ୍ୟାଚରେ ୮୫୮୬ ରନ୍‌ ସଂଗ୍ରହ କରିଛନ୍ତି । ଟେଷ୍ଟରେ ତାଙ୍କର ମୋଟ ୨୩ ଶତକ ରହିଛି । ଯେଉଁଥିରେ ୨ ଟ୍ରିପଲ୍‌ ଶତକ, ୬ ଡବଲ୍‌ ଶତକ ଅନ୍ତର୍ଭୁକ୍ତ । ଏଥି ସହିତ ୱାନଡେ ଇଣ୍ଟରନ୍ୟାସନାଲ କ୍ରିକେଟରେ ସେ ୨୫୧ ଟି ମ୍ୟାଚରେ ୮୨୭୩ ରନ୍‌ ସଂଗ୍ରହ କରିଛନ୍ତି ଯେଉଁଥିରେ ସେ ଗୋଟିଏ ଦ୍ୱିଶତକ ଏବଂ ୧୫ ଶତକ ହାସଲ କରିଛନ୍ତି । ୧୯ ଟି -୨୦ ଇଣ୍ଟରନ୍ୟାସନାଲରେ ସେହୱାଗ ୩୯୪ ରନ୍‌ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ରିକେଟରେ ସେ ୪୦ ୱିକେଟ୍‌ ଏବଂ ଏକ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ରେ ୯୬ ୱିକେଟ୍‌ ନେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × four =