କରୋନା ଶୂନ୍ୟ ବୌଦ୍ଧଜିଲ୍ଲାରେ ଆଜି ୧୭ ପଜିଟିଭ ଚିହ୍ନଟ

0 680

ବୌଦ୍ଧ,୨୦/୧୦- ବୌଦ୍ଧଜିଲ୍ଲା କରୋନା ଶୂନ୍ୟ ହୋଇ ରାଜ୍ୟରେ ରେକର୍ଡ ସୃଷ୍ଟି କରିଥିଲା । କିନ୍ତୁ ଏହି ଖୁସି ଖବର ବେଶୀଦିନ ରହିପାରିନଥିଲା । ଗତ ସପ୍ତାହରେ ଗୋଟିଏ ପଜିଟିଭ କେଶ୍‌ ଚିହ୍ନଟ ହେବାପରେ ଗତକାଲି ୭ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଆଜି ବୌଦ୍ଧରୁ ୧୮ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ସେଥିରୁ ଜଣେ ସୋନପୁର ଜିଲ୍ଲାର ହୋଇଥିବା ଜଣାପଡିଛି । ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକରୁ ୯ଜଣ ଏବଂ ହରଭଙ୍ଗା ବ୍ଲକରୁ ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ସହର କିମ୍ବା କଣ୍ଟାମାଳ ବ୍ଲକ ଅଞ୍ଚଳରୁ କୌଣସି ବ୍ୟକ୍ତି ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ନାହାନ୍ତି । ପାର୍ବଣ ଋତୁ ଜାରିରହିଥିବାବେଳେ ବେପରୁଆ ଚଳପ୍ରଚଳ ଉପରେ ନିୟନ୍ତ୍ରଣଏବଂ ସତର୍କତା ଅବଲମ୍ବନ ନକଲେ ଆଗକୁ ଏହା ଆହୁରି ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା ସୃଷ୍ଟି କଲାଣି ।

hiranchal ad1
Leave A Reply

Your email address will not be published.

1 × five =