ଏହି ଦୁଇ ଖେଳାଳିଙ୍କୁ ବିଜୟର ଶ୍ରେୟ ଦେଲେ ଧୋନୀ

0 93

ଦୁବାଇ : ଓପନର ଋତୁରାଜ ଗାଏକ୍ୱାଡ ଅପରାଜିତ ଅର୍ଦ୍ଧଶତକ ଓ ଡ୍ୱେନ ବ୍ରୋଭୋଙ୍କ ତୁଫାନୀ ଇନିଂସ ବଳରେ ଆଇପିଏଲ ୨୦୨୧ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ହରାଇବା ପରେ ଚେନ୍ନାଇ ସୁପରକିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହିଦୁଇ ବ୍ୟାଟ୍ସମ୍ୟାନଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି ଉଭୟ ଖେଳାଳି ଆଶାଠାରୁ ଅଧିକ ଭଲ ଖେଳିଛନ୍ତି ।
୧୫୭ ରନର ପିଛା କରିବାକୁ ଯାଇ ମୁମ୍ବାଇ ଇଣ୍ଡିଆନ୍ସ ୮ ଉଇକେଟ ହରାଇ ୧୩୬ ରନ କରିପାରିଥିଲା । ମୁମ୍ବାଇ ପକ୍ଷରୁ ସୌରଭ ତିୱାରି ୪୦ ବଲରେ ୫୦ ରନ କରିଥିଲେ । ଦଳ ୨୦ ରନରେ ହାରିଥିଲା । ସେହିପରି ବୋଲିଂରେ ଡ୍ୱେନ ବ୍ରୋଭୋ ୨୫ ରନ ଦେଇ ୩ ଉଇକେଟ ନେଇଥିବା ବେଳେ ଦୀପକ ଚହର ୧୯ ରନ ଦେଇ ୨ମୂଲ୍ୟବାନ ଉଇକେଟ ହାସଲ କରିଥିଲେ ।
ଚେନ୍ନାଇ ସୁପରକିଙ୍ଗ୍‌ସ ପକ୍ଷରୁ ଋତୁରାଜ ଗାଏକ୍ୱାଡଙ୍କ ଅପରାଜିତ ୮୮ ଶ୍ରେଷ୍ଠ ପାରି ଖେଳିବା ସହ ରବିନ୍ଦ୍ର ଜାଡେଜାଙ୍କ ଦାୟିତ୍ୱପୂଣ୍ଣ ର୍୨୬ ରନ କରିଥିଲେ । ଉଭୟେ ପଞ୍ଚମ ଉଇକେଟ ପାଇଁ ୮୧ ରନର ପାର୍ଟରସିପ୍‌ କରିଥିଲେ । ସେହିପରି ଶେଷଭାଗରେ ଡ୍ୱେନ ବ୍ରୋଭୋ ମାତ୍ର ୮ଟି ବଲରେ ବିସ୍ଫୋରକ ୨୩ ରନ କରିଥଇଲେ । ଫଳରେ ଦଳ ୬ ଉଇକେଟ ହରାଇ ୧୫୬ର ସମ୍ମାନଜନକ ସ୍କୋର କରିପାରିଥିଲା । ଧୋନୀ ମ୍ୟାଚ ପରେ କହିଛନ୍ତି ଯେ, ଆମେ ୨୪ ରନରେ ୪ ଉଇକେଟ ହରାଇବା ପରେ ଆମେ ଏକ ସମ୍ମାନଜନକ ସ୍କୋର କରିବାକୁ ଚାହିଁଥିଲୁ । ମତେ ଲାଗୁଛି ଋତୁରାଜ ଓ ବ୍ରୋଭୋ ଆଶାଠାରୁ ଅଧିକ ସ୍କୋର କରିଥିଲେ ।

hiranchal ad1
Leave A Reply

Your email address will not be published.

four × one =