ବାରହା ଆକ୍ରମଣରେ ଜଣେ ଗୁରୁତର

0 96

ଗଞ୍ଜାମ: ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ବିଟ ଅନ୍ତର୍ଗତ ପାଲକାଟୁ ଗ୍ରାମରେ ବାରହା ଆକ୍ରମଣରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ଯୋଗୀ ଭୂୟାଁ (୫୦) । ସୂଚନା ପ୍ରକାରେ ଯୋଗୀ ବିଲରେ କାମ କରୁଥିବା ବେଳେ ହଠାତ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ବାହାରି ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଯୋଗୀଙ୍କ ଚିତ୍କାର ଶୁଣି ବିଲରେ କାମ କରୁଥିବା ଅନ୍ୟ ଲୋକମାନେ ସେଠାରେ ପହଂଚି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଯୋଗୀଙ୍କ ମୁଣ୍ଡ ଓ ଜଙ୍ଗରେ ଗଭୀର ଆଘାତ ଲାଗିଛି । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି । ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

one + 19 =