ଏହି ଦୁଇ ବିଶ୍ୱ ବିଜେତା କହିଲେ ଭାରତ ଟି-୨୦ ବିଶ୍ୱକପ ଜିତିବ

0 82

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧ ର ଦ୍ୱିତୀୟ ରାଉଣ୍ଡ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଖେଳାଯାଇଥିଲା ଏବଂ ବର୍ତ୍ତମାନ ଟି -୨୦ ବିଶ୍ୱକପ ୟୁଏଇ ଏବଂ ଓମାନରେ ଖେଳାଯାଉଛି । ଆଇପିଏଲ ଯୋଗୁଁ ଅନେକ ଭେଟେରାନ କ୍ରିକେଟର ବିଶ୍ୱାସ କରନ୍ତି ଯେ ଏହି ଟୁର୍ନାମେଣ୍ଟରେ ଟାଇଟଲ ଜିତିବା ପାଇଁ ଟିମ୍‌ ଇଣ୍ଡିଆ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ । ବିରାଟ କୋହଲି ଆଣ୍ଡ କୋ ର ସମସ୍ତ ଖେଳାଳି ନିକଟରେ ଶେଷ ହୋଇଥିବା ଆଇପିଏଲରେ ଖେଳିଥିଲା । ତେଣୁ ତାଙ୍କୁ ଏହାର ଫାଇଦା ଦେବ ବୋଲି ସେମାନେ କହିଛନ୍ତି । ଟି -୨୦ ବିଶ୍ୱକପ୍‌ ର ପ୍ରଥମ ସଂସ୍କରଣ ୨୦୦୭ ରେ ଖେଳାଯାଇଥିଲା । ଏଥିରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଟାଇଟଲ୍‌ ଜିତିଥିଲା । ଏଥର ଧୋନି ଟିମ୍‌ ଇଣ୍ଡିଆର ମେଣ୍ଟର ଭୂମିକାରେ ରହିବେ । ୨୦୦୭ ବିଶ୍ୱକପ୍‌ ଟିମ୍‌ ଇଣ୍ଡିଆ ଦଳର ସଦସ୍ୟ ଇରଫାନ୍‌ ପଠାନ୍‌ ଏବଂ ଦୀନେଶ କାର୍ତ୍ତିକ କହିଛନ୍ତି ଯେ ଏଥର ବିଶ୍ୱକପ ଜିତିବା ପାଇଁ ଭାରତ ପାଖରେ ଏକ ବଡ ସୁଯୋଗ ରହିଛି ।
ଷ୍ଟାର୍‌ ସ୍ପୋର୍ଟସ୍‌ ସୋ ‘କ୍ଲାସ୍‌ ଅଫ୍‌ ୨୦୦୭’ ରେ ଇରଫାନ୍‌ ପଠାନ୍‌ କହିଛନ୍ତି ଯେ, ମୁଁ ଭାବୁଛି ୨୦୦୭ ଦଳରୁ କେହି କିଛି ଆଶା କରିନଥିଲେ, କିନ୍ତୁ ବର୍ତ୍ତମାନ ଦଳଠାରୁ ଅନେକ ଆଶା ରହିଛି । ୨୦୦୭ରେ ଯେତେବେଳେ ଆମେ ଟି -୨୦ ବିଶ୍ୱକପ୍‌ ଖେଳିବାକୁ ଯାଇଥିଲୁ, ଏହି ଫର୍ମାଟରେ ଖେଳିବାର ଆମର ବହୁତ କମ୍‌ ଅଭିଜ୍ଞତା ଥିଲା, କିନ୍ତୁ ବର୍ତ୍ତମାନ ବହୁତ କିଛି ବଦଳିଛି । ଏବେ ପ୍ରତ୍ୟେକ ଖେଳାଳି ଆଇପିଏଲ୍‌ ଖେଳୁଛନ୍ତିି, ସେମାନଙ୍କର ଟି -୨୦ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା । ୨୦୦୭ ରେ କୌଣସି ସୋସିଆଲ ମିଡିଆ ନଥିଲା, କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ ଅଛି, ତେଣୁ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଅନେକ ଆଲୋଚନା ହେଉଛି, ମେମସ୍‌ ତିଆରି ହେଉଛି । ମୁଁ ଭାବୁଛି ଦଳର ଖେଳାଳିମାନେ ଜାଣନ୍ତି ଯେ ସେମାନଙ୍କଠାରୁ ବହୁତ ଆଶା ଅଛି ଏବଂ ସେମାନେ ଏହାକୁ କିପରି ପରିଚାଳନା କରିବେ ତାହା ମଧ୍ୟ ଜାଣନ୍ତି ।
୨୦୦୭ ବିଶ୍ୱକପ ବିଜେତା ଦଳର ଏକ ଅଂଶ ଥିବା ଦୀନେଶ କାର୍ତ୍ତିକ କହିଛନ୍ତି ଯେ ମୁଁ ଇରଫାନ ପଠାନଙ୍କ ସହ ସମ୍ପୂର୍ଣ୍ଣ ସହମତ । ଦଳ ଏଥର ବିଶ୍ୱକପ ଜିତିବ ବୋଲି ସେ କହିଥଇଲେ ।

hiranchal ad1
Leave A Reply

Your email address will not be published.

1 × 4 =