ଜିଲ୍ଲା ବିଜେପିର ମିଶ୍ରଣ ପର୍ବ

0 209

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଆଜି ପାରଳା ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି କେ.ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ କାଶୀନଗର ବ୍ଳକର ପାର୍ତ୍ତଡ଼ା ଗ୍ରାମ ପଞ୍ଚାୟତର ତାଳ ଗୋରବା ଗ୍ରାମର ୩୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ ଦଳର କର୍ମୀ ଆଜି ବିଜେପିରେ ମିଶି ଛନ୍ତି । ଦଳୀୟ କାର୍ଯ୍ୟାଳୟଠାରେ ବିଜେପି ଜିଲ୍ଲା ସଭାପତି ତଥା ବିଧାୟକ କେ. ନାରାୟଣ ରାଓ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଦଳରେ ମିଶିବା ଫଳରେ ବିଜେପି ତୃଣମୂଳ ସ୍ତରରେ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳର ମିଶ୍ରଣ ପର୍ବ ଦ୍ୱାରା କର୍ମୀଙ୍କ ମନରେ ଉତ୍ସାହ ଦେଖାଦେଇଛି । ଏହି ମିଶ୍ରଣ ପର୍ବରେ କାଶୀନଗର ବ୍ଳକ ଅଧ୍ୟକ୍ଷ ସି.ଏଚ. ସୀମାଦ୍ରୀ, ବିଜେପି ଯୁବ ସଭାପତି ସନ୍ତୋଷ ଜେନା ଓ ଦଳୀୟ ନେତା କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

13 − seven =