ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଲେ ବୁମରା

0 54

ନୂଆଦିଲ୍ଲୀ: ବୁମରା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି। ସୋମବାର ବିସିସିଆଇ ଟୁଇଟ୍ ଜରିଆରେ ଆନୁଷ୍ଠାନିକ ଭାବେ ଏହାର ସୂଚନା ଦେଇଛି। ଫଳରେ ଭାରତର ବିଶ୍ଵ କପ୍ ଅଭିଯାନକୁ ଜୋରଦାର ଝଟକା ଲାଗିଛି।

hiring

ଡାକ୍ତରୀ ଦଳଙ୍କ ରିପୋର୍ଟ ଆଧାରରେ ବିସିସିଆଇ ସଂପାଦକ ଜୟ ଶାହ କହିଛନ୍ତି ଯଶପ୍ରୀତ ବୁମରା ଆଇସିସି ପୁରୁଷ ଟି-୨୦ ବିଶ୍ଵ କପ୍ ଦଳରୁ ବାଦ୍ ପଡିଛନ୍ତି। ଦଳ କହିଛି, ଏହି କଠୋର ନିଷ୍ପତ୍ତି ବିସ୍ତୃତ ମୂଲ୍ୟାଙ୍କନ ଏବଂ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ନିଆଯାଇଛି। ବିସିସିଆଇ ଶୀଘ୍ର ବୁମରାଙ୍କ ବଦଳ ଖେଳାଳି ଘୋଷଣା କରିବ ।

hiranchal ad1
Leave A Reply

Your email address will not be published.

1 × five =