କଣ୍ଟାମାଳ ବିଧାୟକଙ୍କ ଦ୍ୱାରା ନୂତନ ସାପ୍ତାହିକ ବଜାର ଉଦଘାଟିତ

0 102

ବୌଦ୍ଧ/ଜହ୍ନ ।ପଙ୍କ,୬/୧୦:ବୌଦ୍ଧ ବ୍ଳକ ଅଁଳାପାଲି ପଂଚାୟତ ଅନ୍ତର୍ଗତ ଗଜରାଜପୁର ଗମ୍ଭାଟିକିରା ଠାରେ ନୂତନ ସାପ୍ତାହିକ ମଙ୍ଗଳବାର ବଜାର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମହୀଧର ରଣାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପ୍ରଥମେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଁଳାପାଲି ସରପଞ୍ଚ ଅଜିତ ମେହେର ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଶ୍ରୀ ରଣା ଯୋଗଦେଇ ଏହି ବଜାର କେବଳ ଗୋଟିଏ ପଂଚାୟତର ନୁହେଁ ଏହାଦ୍ୱାରା ଆଖପାଖ ୭ ଟି ପଂଚାୟତର ଲୋକ ଉପକୃତ ହେବା ସହିତ କୃଷି ସାମଗ୍ରୀ, ପନିପରିବା, କପଡା, ବିବାହ ସାମଗ୍ରୀ ଆଦି ସହଜରେ ପାଇପାରିବେ ବୋଲି ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଡ଼ିଓ ଅବିନାଶ ପାଣ୍ଡିଆ ଯୋଗଦେଇ ବଜାରର ଉନ୍ନତିକରଣ ପାଇଁ ମାର୍କେଟ ସେଡ, ମାର୍କେଟ କଂପ୍ଲେକ୍ସ, ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଏଥିପାଇଁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସରୋଜ ତ୍ରିପାଠୀ, ପୂର୍ବତନ ସରପଞ୍ଚ ବାଳ ମୁକୁନ୍ଦ ମେହେର, ପ୍ରେମ ରାଜ ରଣା ସ୍ୱେଚ୍ଛାସେବୀ ସୁଧୀର ମହାକୁଳ ଓ ବିଜୟ କୁମାର ବାରିକ ମଞ୍ଚାସୀନ ଥିଲେ । ବହିରା ପଂଚାୟତ ଉଚ୍ଚ଼ ବିଦ୍ୟାଳୟର ସହକାରୀ ଶିକ୍ଷକ ଦେଶବନ୍ଧୁ ମହାକୁଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୁଧୀର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଅତିଥିମାନେ ବଜାର ବୁଲି ଦେଖିଥିଲେ ।

hiranchal ad1
Leave A Reply

Your email address will not be published.

three × 4 =