“ଡାଡି କୁଲ୍’ ନାଚରେ ନାଚିଲେ ଓ ନଚେଇଲେ ଧାୱନ, ଭିଡ଼ିଓ ହେଲା ଭାଇରାଲ୍‌

0 81

ନୂଆଦିଲ୍ଲୀ : ଏବେ ସମଗ୍ର ଭାରତବାସୀ ଲକ୍‌ଡାଉନ୍‌ରେ । ଘରେ ବସି ବସି ସମୟ କଟୁନି । ଏଥିପାଇଁ ସେ ଖେଳାଳି ହୁଅନ୍ତୁ ବା ଫିଲ୍ମ ଷ୍ଟାର୍ ସେ ସେମାନଙ୍କ ପରିବାର ସହ ଧୁମ୍ ମଜା କରି ଭିଡ଼ିଓ ଭାଇରାଲ୍ କରୁଛନ୍ତି । ଆଜି ଭାରତୀୟ କ୍ରିକେଟର ଓପନର ଶିଖର ଧାୱନ ଲକ୍‌ଡାଉନ୍ ସମୟକୁ ନିଜ ପୁଅ ସହ “ଡାଡି କୁଲ୍‌’ ନାମକ ଗୀତ ଗାଇ ନାଚକୁଦ୍‌ରେ ମସ୍‌ଗୁଲ୍ ରହିଥିବା ଭିଡ଼ିଓକୁ ଭାଇରାଲ୍ କରିଛନ୍ତି । ତାଙ୍କ ଧର୍ମପତ୍ନୀ ଆୟେସା ଘର କାର୍ଯ୍ୟରେ ବ୍ୟସ୍ତ ଥିବା ଯୋଗୁଁ ତାଙ୍କ ପୁଅ ସହିତ ନାଚ କୁଦ କରିଥିଲେ ବୋଲି ସେ କହିଥିଲେ । ଧାୱନ ଓ ତାଙ୍କ ପୁଅ ଜୋର୍ଭାର ଉଭୟେ ଏହି ଗୀତକୁ ଗାଇ ନାଚ କରୁଥିବା ଭିଡ଼ିଓକୁ ଭାଇରାଲ୍ କରିଛନ୍ତି । ସୂଚନାଯୋଗ୍ୟ, ଧାୱନ ଏହା ପୂର୍ବରୁ ନିଜ ଧର୍ମପତ୍ନୀ ଆୟେସାଙ୍କ ସହ “ଧଲ୍ ଗୟା ଦିନ୍‌, ହୋ ଗୟି ସାମ୍’ ଗୀତ ଗାଇ ଭିଡ଼ିଓ ଭାଇରାଲ୍ କରିଥିଲେ ।

hiranchal ad1
Leave A Reply

Your email address will not be published.

15 + four =