ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ୫୦୦୦ ପ୍ରୋତ୍ସାହନ ରାଶି

0 92

ଭୁବନେଶ୍ୱର : ଲକ୍‌ଡାଉନ୍ ଯୋଗୁଁ ଶ୍ରୀମନ୍ଦିରକୁ ପର୍ଯ୍ୟଟକଙ୍କ ଯାତାୟତ ବନ୍ଦ ହେବା ପରେ ସେମାନଙ୍କ ହାତ ଖାଲି ରହିଥିଲା । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରରେ କାର୍ଯ୍ୟ କରୁଥିବା ୨୧୩୦ଜଣ ସେବାୟତଙ୍କୁ ଜଣକା ପାଞ୍ଚ ହଜାର ଟଙ୍କା ଲେଖାଏଁ ଲକ୍‌ଡାଉନ୍ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ । ଏହି ଟଙ୍କା ସେବାୟତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଦିଆଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜୀତେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରର ସେବାୟତମାନଙ୍କୁ ଏହି ପ୍ରୋତ୍ସାହନ ବାବଦରେ ପ୍ରଶାସନ ପ୍ରାୟ ୧ କୋଟି ୬ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ କରିବ । ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସେବାୟତମାନେ ସ୍ୱାଗତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × two =