ଚୀନର କରୋନା ତଥ୍ୟକୁ ନେଇ ସବୁ ଦେଶର ସନ୍ଦେହ

0 94

ବେଜିଂ: ଚୀନରେ କରୋନା ଭାଇରସର ସଂକ୍ରମଣରେ ଆକ୍ରାନ୍ତ ଓ ମୃତ୍ୟୁ ସଂପର୍କରେ ଦେଶର ସରକାର ଯେଉଁ ତଥ୍ୟ ଦେଇଛନ୍ତି ତାହାକୁ ଆମେରିକା, ବ୍ରିଟେନ, ଋଷିଆ, ଫ୍ରାନ୍ସ, ଦକ୍ଷିଣକୋରିଆ ସମେତ ବହୁ ଦେଶ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଶୁକ୍ରବାର ଚୀନର ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କରୋନା ପରିସଂଖ୍ୟାନ ଉପରେ ଯେଭଳି ଭାବରେ ବିବୃତି ଓ ତଥ୍ୟ ଦେଇଛନ୍ତି ତାହାହିଁ ସନ୍ଦେହକୁ ଅଧିକ ଦୃଢୀଭୂତ କରିଛି । ଏହି ଅଧିକାରୀ ଜଣକ ଆଜି କହିଛନ୍ତି ଯେ, କେବଳ ୟୁହାନରେ ୧୨୯୦ ଜଣ ଲୋକଙ୍କ ମୃତ୍ୟୁ ତଥ୍ୟ ଆସିପାରିନଥିଲା । ଏବେ ସେହି ତଥ୍ୟ ଆସିଛି, ତାହାକୁ ଯୋଡାଯିବା ପରେ କେବଳ ୟୁହାନର କରୋନା ମୃତ୍ୟୁସଂଖ୍ୟା ୩୮୬୯ରେ ପହଞ୍ଚିଛି । ଅଧିକାରୀ ଜଣକ କହିଛନ୍ତି ଯେ, ସେତେବେଳେ ବିଭିନ୍ନ କାରଣରୁ କେତେକ ଅଂଚଳରୁ କରୋନା ରୋଗୀଙ୍କ ମୃତ୍ୟୁ ସଂପର୍କରେ ସୂଚନା ମିଳିପାରିନଥିଲା । ଏହି ସୂଚନା ବର୍ତ୍ତମାନ ଆମର ହସ୍ତଗତ ହୋଇଛି । ଏହାକୁ ମିଶାଇ ସମଗ୍ର ଚୀନରେ ମୃତ୍ୟୁସଂଖ୍ୟା ୪୬୩୨ବୋଲି ଅଧିକାରୀ ଜଣକ କହିଛନ୍ତି । ତେବେ ଏକ ସୂତ୍ରରେ କୁହାଯାଇଛି ଯେ, ଚୀନ ପ୍ରକୃତରେ କରୋନା ମୃତ୍ୟୁସଂଖ୍ୟା ଲୁଚାଇଥିଲା । କେତେକ ଭିଡିଓ ଭାଇରାଲ ହେବା ପରେ ଚୀନ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା । ଏହାପରେ ଆଜି ଏହି ଅଧିକାରୀ ଜଣକ ଏଭଳି ବିବୃତି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × one =