କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ନେଇ ପ୍ରଶାସନ ପକ୍ଷରୁ ଔପଚାରିକ ଘୋଷଣା

0 119

ସମ୍ବଲପୁର : ସମ୍ବଲପୁର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରିବା ଉପରେ ଓଡ଼ିଶା ହାଇକୋର୍ଟ କୌଣସି ରହିତାଦେଶ ଦେବା ପାଇଁ ମନା କରିବା ପରେ ଜିଲ୍ଲା ପ୍ରଶାସନ ବିଗତ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଆରମ୍ଭ କରିବା ବିଷୟରେ ଅଧିକୃତ ଘୋଷଣା କଲେ । ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ, ଆଗାମୀ ୧୯ ତାରିଖରେ ଏହାର ଉଦ୍‌ଘାଟନ ହେବ, ଯାହାକି ଗତ ୧୫ ତାରିଖରେ ହେବାର ଥିଲା ଓ ହାଇକୋର୍ଟରେ ଏହାକୁ ନେଇ ମାମଲା ଗ୍ରହଣ ଯୋଗୁଁ ÷ଅଟକି ଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଶଶିଭୂଷଣ ପଟେଲ ଓ ପ୍ରଭାରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଆଦି ମଞ୍ଚାସୀନ ରହି ସମ୍ବୋଧନ କରିଥିଲେ । କୋଭିଡ୍ ଚିକିତ୍ସା ପାଇଁ ଜିଲ୍ଲା ସଦର ହସ୍ପିଟାଲରେ ଅନ୍ୟ ସବୁ ରୋଗୀ ସେବା ବନ୍ଦ କରିଦେବା ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ସୁନିଶ୍ଚିତ । ଏହି ବିଷୟରେ ସ୍ପଷ୍ଟୀକରଣ ଦେଇ ଡା. ପଯେଲ କହିଛନ୍ତି, ମହାନଗର ନିଗମ ଅନ୍ତର୍ଗତ ସତୋଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ଓ ସେଥିମଧ୍ୟରୁ ବୁର୍ଲା ଓ ହୀରାକୁଦ ଠାରେ ସ୍ଥାପିତ କେନ୍ଦ୍ର ଦୁଇଟି ଆଗରୁ ପୂର୍ଣ୍ଣକ୍ଷମ ହୋଇସାରିଛି । ଏଣୁ ଶେଷ ପାଞ୍ଚଟିକୁ ଅଧିକ କାର୍ଯ୍ୟକ୍ଷମ କରାଯାଉଛି ତଥା ସେଥିରୁ ଦୁଇଟି ଦିନରାତି ୨୪ ଘଣ୍ଟା ଖୋଲାରହିବ । ସେ ଦୁହେଁ ହେଲେ ଜନାର୍ଦ୍ଦନ ପୂଜାରୀ ମାତୃମଙ୍ଗଳ କେନଦ୍ର ଓ ଅଇଁଠାପାଲିସ୍ଥିତ ପରିବାର ନିୟୋଜନ କେନ୍ଦ୍ର । ଏଠାରେ ଅସ୍ତ୍ରୋପଚାର ଛଡ଼ା ଆଉ ସବୁ ଚିକିତ୍ସା ସୁବିଧା ଉପଲବ୍ଧ କରାଯିବ । ଅସ୍ତ୍ରୋପଚାର ପାଇଁ ଆଗରୁ ଭିମସାର ଉପରେ ନିର୍ଭର କରାଯାଉଥିଲା ଓ ଏବେ ମଧ୍ୟ ରହିବ । ଜିଲ୍ଲା ସଦର ହସ୍ପିଟାଲରେ ନିଦାନ ଯୋଜନା ଅନ୍ତର୍ଗତ ସବୁ ପାଥୋଲୋଜି ଯାଞ୍ଚ୍ ହେଉଥିଲା, ତାହାର ବିକଳ୍ପ କ\’ଣ କରାଯାଉଛି ବୋଲି ହୀରାଞ୍ଚଳ ପ୍ରତିନିଧି ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖି ଡା. ପଟେଲ୍ କହିଲେ, ଏହାର ବିକଳ୍ପ ଏପର୍ଯ୍ୟନ୍ତ କରାଯାଇପାରି ନାହିଁ; କିନ୍ତୁ ଏ ଦିଗରେ ଆମର ଚେଷ୍ଟା ଅବ୍ୟାହତ ରହିଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ କହିଲେ, କୋଭିଡ୍ ସଂକଟ ପାଇଁ ବର୍ତ୍ତମାନ କିଛି ଅସୁବିଧା ରହିବ, ଏହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ; କିନ୍ତୁ ଏହି ସଂକଟ ଗଲା ପରେ ଆମେ ଜିଲ୍ଲାସ୍ତରରେ ଏକ ଅତି ସୁବିଧାସମ୍ପନ୍ନ ହସ୍ପିଟାଲଟିଏ ପାଇପାରିବ, ଏଥିରେ କୌଣସି ସନ୍ଦେହ ନାହିଁ ।

hiranchal ad1
Leave A Reply

Your email address will not be published.

8 − two =