ଟୋକିଓ ପାରାଲିମ୍ପିକ୍ସ: ସୁଟିଂରେ ସିଂହରାଜ ଜିତିଲେ ବ୍ରୋଞ୍ଜ

0 47

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ବ୍ରୋଞ୍ଜ ହାତେଇଛନ୍ତି ସିଂହରାଜ ଅଧନା । ୧୦ ମିଟର ଏୟାର ପିସ୍ତଲରେ ତାଙ୍କୁ ମିଳିଛି ବ୍ରୋଞ୍ଜ ପଦକ । ଏହି କ୍ରମରେ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ସିଂହରାଜ ଆଜି ଫାଇନାଲରେ ୨୧୬.୮ର ସ୍କୋର କରିଛନ୍ତି । ସୁଟିଂରେ ଏହା ହେଉଛି ଭାରତର ଦ୍ୱିତୀୟ ପଦକ ।ତାଙ୍କ ପୂର୍ବରୁ ଅବନୀ ଲେଖରା ମହିଳା ୧୦ ମିଟର ଏୟାର ପିସ୍ତଲ ରାଇଫଲ SF1 ଇଭେଣ୍ଟରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର କ୍ଲାସ ଏସଏଚ୧ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେ ୨୪୯.୬ର ସ୍କୋର କରିଥିଲେ । ପାରାଲିମ୍ପିକ୍ସର ଇତିହାସରେ ଭାରତ ପ୍ରଥମଥର ପାଇଁ ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ।

hiranchal ad1
Leave A Reply

Your email address will not be published.

17 + three =