ଆମେରିକା ସେନା କାବୁଲ ଛାଡିବା ପରେ ଖୁସି ମନାଇଲେ ତାଲିବାନୀ, ଦେଖନ୍ତୁ ଭିଡିଓ

0 51

କାବୁଲ : ଦୀର୍ଘ ୨୦ ବର୍ଷ ପରେ ଆମେରିକା ସେନା ଗତକାଲି କାବୁଲ ଛାଡିଛନ୍ତି । ଏହି ଅବସରରେ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିବା ଆତଙ୍କବାଦୀ ଗୋଷ୍ଠୀ ତାଲିବାନମାନେ ଖୁସି ମନାଇଛନ୍ତି । କାବୁଲ ବିମାନବନ୍ଦର ଛାଡିବା ପରେ ତାଲିବାନୀ ଯୁବକମାନେ ବିମାନବନ୍ଦରକୁ ପ୍ରବେଶ କରିଛନ୍ତି । ନିଜର ଖୁସିର ଜାରି କରିବାକୁ ଯାଇ ଖୋଲା ଆକାଶ ଉପରକୁ ଗୁଳି ବର୍ଷଣ କରିଥିଲେ । ତାଲିବାନ ମୁଖପାତ୍ର କହିଛନ୍ତି ଯେ ଆମ ଦେଶ ପୂର୍ବ ସ୍ୱାଧୀନତା ପାଇଛି । ଆମେରିକାର ଏହି ଦୀର୍ଘ ଯୁଦ୍ଧରେ ୨୫୦୦ ଆମେରିକୀୟ ସୈନିକ ଏବଂ ୨୪୦,୦୦୦ ଆଫଗାନିସ୍ତାନୀଙ୍କୁ ନିଜର ଜୀବନ ଦେବାକୁ ପଡିଛି । ଏହି ଯୁଦ୍ଧର ମୂଲ୍ୟ ୨ ଟ୍ରିଲିୟନ ଡଲାର ଖର୍ଚ୍ଚ ହୋଇଛି ।

hiring


ସୂଚନାଯୋଗ୍ୟ ଯେ କାବୁଲ ୧୫ ଅଗଷ୍ଟରେ ତାଲିବାନ ଦ୍ୱାରା କାବୁ କରାଯାଇଥିଲା । ୧୫ ଦିନ ମଧ୍ୟରେ, ଆମେରିକୀୟ ସୈନିକମାନେ ସେମାନଙ୍କର ସାଧାରଣ ନାଗରିକ ଏବଂ ସହାୟକମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ୧୫ ଦିନ ମଧ୍ୟରେ ଆଫଗାନିସ୍ତାନରୁ ଆମେରିକା ପ୍ରାୟ ୧.୨୫ ଲକ୍ଷ ଲୋକଙ୍କୁ ବାହାର କରିଥିଲା । ସେହିପରି କାବୁଲ ଛାଡିବା ପରେ ଆମେରିକା ସୈନିକମାନେ ନିଜର ଅସ୍ତ୍ରଶସ୍ତ୍ର ଓ ବିମାନଗୁଡିକୁ ଅଚଳ କରିଦେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

five × 2 =