ଦେଶ ପାଇଁ ଇତିହାସ ରଚିଲେ ବାର୍ତି

0 42

ନୂଆଦିଲ୍ଲୀ : ନୂଆବର୍ଷରେ ଦେଶ ପାଇଁ ଇତିହାସ ରଚିଛନ୍ତି ଅଷ୍ଟ୍ରେଲିଆନ ମହିଳା ଟେନିସ ଖେଳାଳି ଆସଲେ ବାର୍ତ୍ତି । ଅଷ୍ଟ୍ରେଲିଆନ ଓପନ-୨୦୨୨ ମହିଳା ସିଙ୍ଗିଲ୍ସ ଇଭେଣ୍ଟରେ ସେ ଟାଇଟଲ ଜିତି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଦୁନିଆର ଏକ ନମ୍ବର ଟେନିସ୍‌ ଖେଳାଳି ବାର୍ଟି ଆମେରିକାର ଡାନିଏଲ କଲିନ୍ସଙ୍କୁ ହରାଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛନ୍ତି । ଏଶ୍ଲେ ବାର୍ଟିଙ୍କ ଏହା ଅଷ୍ଟ୍ରେଲିଆନ ଓପନରେ ପ୍ରଥମ ଗ୍ରାଣ୍ଡସ୍ଲାମ । ଏହା ପୂର୍ବରୁ ସେ ଅନ୍ୟ ଦୁଇଟି ଗ୍ରାଣ୍ଡସ୍ଲାମ ଜିତି ସାରିଛନ୍ତି । ମେଲବର୍ଣ୍ଣର ରୋଡ୍‌ ଲେବର ଆରେନାରେ ଖେଳା ଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଦୁନିଆର ଏକ ନମ୍ବର ମହିଳା ଟେନିସ୍‌ ଖେଳାଳି ବାର୍ଟି ୩୦ ନମ୍ବର ଖେଳାଳି ଡାନିଏଲ କଲିନ୍ସଙ୍କୁ ୬-୩ ଏବଂ ୭-୬ ସିଧାସଳଖ ସେଟ୍‌ରେ ହରାଇ ନିଜର ତୃତୀୟ ଗ୍ରାଣ୍ଡସ୍ଲାମ ଜିତିଛନ୍ତି । ସବୁଠୁ ବଡ କଥା ୧୯୮୦ ପରେ ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନରେ ମହିଳା ଏକକ ବର୍ଗରେ କୌଣସି ଅଷ୍ଟ୍ରେଲିଆନ ଟାଇଟଲ୍‌ ଜିତିଛନ୍ତି । ବାର୍ଟିଙ୍କ ପୂର୍ବରୁ ୱାଣ୍ଡି ଟର୍ଣ୍ଣବୁଲ୍‌ ନିଜର ଘରୋଇ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ । ହେଲେ ସେ ଫାଇନାଲ୍‌ରେ ପରାସ୍ତ ହୋଇଥିଲେ । ଏପରିକି ଅଷ୍ଟ୍ରେଲିଆର କୌଣସି ଖେଳାଳି ୧୯୭୮ ପରଠୁ ନିଜ ଦେଶରେ ଆୟୋଜିତ ଗ୍ରାଣ୍ଡସ୍ଲାମ ଜିତି ପାରିନଥିଲେ । ଶେଷ ଥର ୧୯୭୮ରେ କ୍ରିସ୍‌ ଓ ନିଲ ଅଷ୍ଟ୍ରେଲିଆନ ଓପନ ଟାଇଟଲ୍‌ ଜିତିଥିଲେ । ଦୀର୍ଘ ୨୩ ବର୍ଷ ପରେ ଏଶ୍ଲେ ବାର୍ଟି ଏହି ମରୁଡିର ଅନ୍ତ ଘଟାଇଛନ୍ତି । ୨୫ ବର୍ଷୀୟ ୍ଲ ବାର୍ଟି ଅଷ୍ଟ୍ରେଲିଆନ ଓପନ ୨୦୨୨ ଚାମ୍ପିଅନ ହେବା ପୂର୍ବରୁ ୨୦୧୯ରେ ଫ୍ରେଞ୍ଚ ଓପନ ଏବଂ ୨୦୨୧ ୱିମ୍ବଲଡନ ଟାଇଟଲ୍‌ ଜିତିଥିଲେ । ସଂପ୍ରତି ସେ ରାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ଅଛନ୍ତି ।

hiranchal ad1
Leave A Reply

Your email address will not be published.

five + 11 =