ଅଜବ ବିଶ୍ୱାସ : ମାନସିକ ପୂରଣ ପାଇଁ ମନ୍ଦିରରେ କଙ୍କଡ଼ା ଅର୍ପଣ କରାଯାଏ

0 39

ଗୁଜରାଟ : ଅଞ୍ଚଳ ଓ ସଂପ୍ରଦାୟକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ଓ ବିଧିବିଧାନ ରହିଥାଏ । ଲୋକେ ସେମାନଙ୍କ ଧର୍ମ ତଥା ସଂପ୍ରଦାୟ ଓ ବିଶ୍ୱାସକୁ ନେଇ ବିଭିନ୍ନ କାର୍ଯ୍ୟ କରିଥାନ୍ତି । ତେଣୁ ଏଥିରେ ଫରକ ରହିଥାଏ । ଏହି ରୀତିନୀତି ଯେତିକି କୌତୁହଳପ୍ରଦ ସେତିକି ବିସ୍ମୟକର ମଧ୍ୟ । ସାଧାରଣଣତଃ ଭକ୍ତମାନେ ମନ୍ଦର ଯାଇ ପୂଜାର୍ଚ୍ଚନା କରିବା ସହ ଭୋଗରାଗଭାବେ ନଡ଼ି,କଦଳୀ,ଫଳ,ମିଠା ଆଦି ଦେଇଥାନ୍ତି । ମାନସିକ ପୂରଣ ପାଇଁ ସେମାନେ ଏପରି କରିଥାନ୍ତି । କିନ୍ତୁ ମାନସିକ ପୂରଣ ପାଇଁ କେହି ମନ୍ଦରରେ ଭୋଗଭାବେ ଜିଅଁନ୍ତା କଙ୍କଡ଼ା ଚଢାଇବା କଥା କେବେ ଶୁଣି ନଥିବେ । ଏପରି ତାଜୁବ ଦୃଶ୍ୟ କିନ୍ତୁ ଦେଖିବାକୁ ମିଳୁଛି ଗୁଜରାଟରେ । ସୁରଟର ରାମନାଥ ଘେଲା ଶ୍ୟାମସନ୍‌ ଜମିର ଏହି ରୁଦ୍ଧନାଥ ମହାଦେବ ମନ୍ଦିରକୁ ଆସୁଥିବା ଭକ୍ତମାନେ ଜୀବନ୍ତ କଡଙ୍କା ପ୍ରସାଦ ସ୍ୱରୂପ ଅର୍ପଣ କରିଥାନ୍ତି । ଶିବଲିଙ୍ଗକୁ କଙ୍କଡା ଦେଉଥିବା ଭକ୍ତମାନେ ବର୍ଷକୁ ଥରେ ନିଜ ମାନସିକ ପୂରଣ ପରେ ଏଠାକୁ ଆସିଥାନ୍ତି । ମାଘ ମାସର ଏକାଦଶୀ ଦିନ, ବର୍ଷରକୁ ଥରେ ଭକ୍ତମାନେ ଏପରି ଭାବେ ପୂଜାର୍ଚ୍ଚନା କରିଥାନ୍ତି । ଲୋକେ ଏଠାରେ କଙ୍କଡା ଦେବା ପଛରେ ରହିଛି ଅନେକ ବିଶ୍ୱାସ । ସେମାନଙ୍କ ଧାରଣା, ଏପରି କରିବା ଦ୍ୱାରା ଶାରୀରିକ ରୋଗ ଦୂର ହୋଇଥାଏ । ବିଶେଷକରି ବଧିରତା ଦୋଷ ଦୂର ହୁଏ ।

hiranchal ad1
Leave A Reply

Your email address will not be published.

9 − four =