ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ

0 107

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜାରି ଟି-୨୦ ବିଶ୍ୱ କପ ଶେଷ ହେବା ପରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ଗସ୍ତ କରିବ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଚୟନ କମିଟି ହାର୍ଦ୍ଦକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆର ନୂଆ ଅଧିନାୟକ ନିଯୁକ୍ତ କରିଛି । ଟିମର ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଅନ୍ୟପଟେ ଟିମର ଓପନର କେଏଲ ରାହୁଲ ଏହି ଗସ୍ତରେ ଟିମର ସଦସ୍ୟ ରହିବେ ନାହିଁ । ସେହିପରି ବାଂଲାଦେଶ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ ପାଇଁ ମଧ୍ୟ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ସିରିଜ ପାଇଁ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ସମେତ ସମସ୍ତ ସିନିୟର ଖେଳାଳିଙ୍କ କମବ୍ୟାକ ହୋଇଛି । ରୋହିତଙ୍କ ସହ ବିରାଟ କୋହଲି, କେଏଲ ରାହୁଲଙ୍କ ଭଳି ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଏହି ସିରିଜ ଜରିଆରେ ହୋଇଛି । ବାଂଲାଦେଶ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ପାଇଁ ଭାରତୟ ଦଳର ନେତୃତ୍ୱ ନେବେ ରୋହିତ ଶର୍ମା । ବଡ କଥା ହେଉଛି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଉଭୟ ସିରିଜରେ ଉପଲବ୍ଧ ହେବ ।

ଭାରତୀୟ ଟିମ ନଭେମ୍ୱର ୧୮ରେ ପ୍ରଥମ ଟି-୨୦ ମ୍ୟାଚ ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଶୃଙ୍ଖଳା ଆରମ୍ଭ କରିବ । ପ୍ରଥମ ମ୍ୟାଚ ୱେଲିଟନରେ ଖେଳାଯିବ । ଟିମ ଇଣ୍ଡିଆ ନଭେମ୍ୱର ୧୮, ୨୦ ଏବଂ ୨୨ରେ ଟି-୨୦ ମ୍ୟାଚ ଖେଳିବ । ଏହାପରେ ନଭେମ୍ୱର ୨୫, ୨୭ ଏବଂ ୩୦ରେ ଦିନିକିଆ ମ୍ୟାଚ ଖେଳିବ ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଟିମ: ହାର୍ଦ୍ଦିକ ପାଣ୍ଡ୍ୟା( ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ ଏବଂ ୱିକେଟ କିପର), ଶୁଭମନ ଗିଲ, ଇଶାନ କିଷନ, ଦୀପକ ହୁଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ( ୱିକେଟ୍‌ କିପର), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ମହମ୍ମଦ ଶିରାଜ, ଭୁବନେଶ୍ୱର କୁମାର, ଉମରାନ ମଲିକ ।

hiring

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଟିମ: ଶିଖର ଧାୱନ (ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ ଏବଂ ୱିକେଟ କିପର), ଶୁଭମନ ଗିଲ, ଦୀପକ ହୁଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ( ୱିକେଟ୍‌ କିପର), ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଶହବାଦ ଅହମଦ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଦୀପକ ଚାହର, କୁଳଦୀପ ସେନ, ଉମରାନ ମଲିକ ।

ବାଂଲାଦେଶ ଗସ୍ତ ପାଇଁ ଭାରତ ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍‌ ରାହୁଲ (ଉପ ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ୍‌ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ (ଉଇକେଟ କିପର), ଇଶାନ କିଶନ (ଉଇକେଟ କିପର), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଦୀପକ ଚହର, ୟଶ ଦୟାଲ

ବାଂଲାଦେଶ ଗସ୍ତ ପାଇଁ ଭାରତ ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍‌ ରାହୁଲ (ଉପ ଅଧିନାୟକ) ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍‌ ଆୟର, ଋଷଭ ପନ୍ତ (ଉଇକେଟ କିପର) କେ.ଏସ୍‌ ଭରତ (ଉଇକେଟ କିପର), ରବିଚନ୍ଦ୍ରନ୍‌ ଅଶ୍ୱିନ୍‌, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ

hiranchal ad1
Leave A Reply

Your email address will not be published.

five − 2 =