କରୋନା ସତ୍ତ୍ୱେ ଖେଳାଯିବ ଏସିଆନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

0 91

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମଣରେ ଅସଂଖ୍ୟ ବ୍ୟକ୍ତି ପ୍ରାଣ ହରାଉଥିବାରୁ ସମସ୍ତ ପ୍ରକାର କ୍ରୀଡା କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଏଭଳି ସ୍ଥିତିରେ କିନ୍ତୁ ଏସିଆନ ଫୁଟବଲ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ ବୋଲି ଏସିଆନ ଫୁଟବଲ କନ୍ ଫେଡେରେସନ (ଏଏଫ୍‌ସି) ପକ୍ଷରୁ କୁହାଯାଇଛି । ସଂଗଠନର ମହାସଚିବ ବୁଧବାର କହିଛନ୍ତି ଯେ, କରୋନା ସଂକ୍ରମଣ ସତ୍ତ୍ୱେ ଚଳିତ ବର୍ଷ ସମସ୍ତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଯେଉଁ ଟୁର୍ନାମେଣ୍ଟଗୁଡିକ ଖେଳାଯିବ ସେଗୁଡିକ ମଧ୍ୟରେ ଚାମ୍ପିଅନ୍ସଲିଗ୍ ଓ ଏଏଫ୍‌ସି କପ୍ ଅନ୍ତର୍ଭୁକ୍ତ । ତେବେ ଏହି ଟୁର୍ନାମେଣ୍ଟଗୁଡିକ ବିନା ଦର୍ଶକ ହେବ କି ଦର୍ଶକମାନଙ୍କ ଉପସ୍ଥିତିରେ ହେବ ସେ ନେଇ ସେ କୌଣସି ସୂଚନା ଦେଇନାହାନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ଆଡକୁ ଏହି ସବୁ ଟର୍ନାମେଣ୍ଟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ସେତେବେଳକୁ ସଂକ୍ରମଣ ପରିସ୍ଥିତି ବହୁମାତ୍ରାରେ କମିଯାଇଥିବ । ପରିସ୍ଥିତି ସେତେବେଳକୁ ସ୍ୱାଭାବିକ ହୋଇଯିବ ବୋଲି ଆମେ ଆଶା କରୁଛୁ ।

hiranchal ad1
Leave A Reply

Your email address will not be published.

seventeen + nine =