ଖେଳ ଦେଖିପାରୁନଥିବାରୁ ଟ୍ରମ୍ପ ଭୀଷଣ ଅତିଷ୍ଠ

0 90

ୱାଂଶିଟନ ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଅନ୍ୟାନ୍ୟ ଦେଶ ଭଳି ଆମେରିକାରେ ମଧ୍ୟ ସବୁ କ୍ରୀଡା କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । ଆମେରିକାରେ ବିଶେଷତଃ ବେସ ବଲ୍ ପ୍ରତିଯୋଗିତା ଅଧିକ ଲୋକପ୍ରିୟ । ଏହି ପ୍ରତିଯୋଗିତାକୁ ଦେଶର ବହୁ ବଡବଡ ନେତା ଓ ମନ୍ତ୍ରୀଙ୍କ ପରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କୌଣସି ବେସ୍ ବଲ ଖେଳର ସିଧାପ୍ରସାରଣ ଦେଖିବାକୁ ଭଲିନଥାନ୍ତି । ତେବେ ବର୍ତ୍ତମାନ ବେସବଲ ପ୍ରତିଯୋଗିତା ବନ୍ଦ ରହିଥିବାରୁ ଟ୍ରମ୍ପ ଏକ ପ୍ରକାର ଅତିଷ୍ଠ ହୋଇପଡିଛନ୍ତି । ସେ ଏକ ବିବୃତିରେ କହିଛନ୍ତି ଯେ, ଖେଳ କାର୍ଯ୍ୟକ୍ରମ ଜାରି ରହିବା ଉଚିତ୍ । ବନ୍ଦ ରହିଥିବା ଖେଳ କାର୍ଯ୍ୟକ୍ରମଗୁଡିକୁ ସକ୍ରିୟ କରାଯାଉ ବୋଲି ସେ ମତ ଦେଇଛନ୍ତି । କିନ୍ତୁ ନ୍ୟାସନାଲ ବେସବଲ୍ ଆସୋସିଏସନ ମୁଖ୍ୟ ଆମେରିକା ରାଷ୍ଟ୍ରପତିଙ୍କ ସହ ଏକମତ ହେଉନାହାନ୍ତି । ଆସୋସିଏସନ ମୁଖ୍ୟ କହିଛନ୍ତି ଯେ, ଏଭଳି ସମୟରେ ବେସ୍‌ବଲ ପ୍ରତିଯୋଗିତା ଆରମ୍ଭ କରିବା ଠିକ୍ ହେବନାହିଁ । ଏହାଦ୍ୱାରା ବିପଦ ବଢିପାରେ । ଆମେରିକାରେ ଭାଇରସ ସଂକ୍ରମଣ ଭୟଙ୍କର ଭାବେ ବଢି ଚାଲିଥିବାରୁ ସମସ୍ତ ପ୍ରକାର ଖେଳ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ବିଶେଷକରି ବେସବଲ ଖେଳାଳି ରୁଡି ଗବର୍ଟ କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ଏହି ପ୍ରତିଯୋଗିତାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି । ଏହାଛଡା ଫୁଟବଲ ଲିଗ୍‌, ୟୁଏସ୍‌ଏ ସିଜିଏ ଟୁର୍ ମଧ୍ୟ ବାତିଲ ହୋଇଛି । ଟ୍ରମ୍ପ ବର୍ତ୍ତମାନ ବେସବଲ ପ୍ରତିଯୋଗିତା ଦେଖିପାରୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 − 10 =