ଯୁବ କ୍ରିକେଟରଙ୍କୁ ଭଲ ଗୁରୁ ଆବଶ୍ୟକ: ରାଇନା

0 84

ନୂଆଦିଲ୍ଲୀ: ଭାରତରେ ବହୁ ପ୍ରତିଭା ସଂପନ୍ନ ଯୁବ କ୍ରିକେଟର ଅଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣ ଏବେବି ଜାତୀୟ ଦଳ ପାଇଁ ଖେଳୁଛନ୍ତି । ସେମାନଙ୍କୁ ଭଲ ଗୁରୁ ଓ ଉପଯୁକ୍ତ ଦିଗଦର୍ଶନ ମିଳିଲେ ସେମାନେ ଜଣେ ଜଣେ ନିର୍ଭରଯୋଗ୍ୟ ଓ ମହାନ କ୍ରିକେଟର ଭାବେ ଉଭା ହୋଇପାରିବେ ବୋଲି କ୍ରିକେଟର ସୁରେଶ ରାଇନା କହିଛନ୍ତି । ଏକ ସାକ୍ଷାତକାର ଅବସରରେ ରାଇନା କହିଲେ ଯେ, ମୁଁ ଯେତେବେଳେ କ୍ୟାରିଅର ଆରମ୍ଭ କଲି ସେତେବେଳେ ଯୁବରାଜ ସିଂ ମୋର ମନୋବଳ ବଢାଇଥିଲେ । ମୋତେ ସେ ସବୁବେଳେ କହନ୍ତି ଭୁଲ ହୋଇଗଲେ ବିଚଳିତ ହୁଏନାହିଁ । ଭୁଲ କର, ଆମେ ତୁମକୁ ଗାଇଡ୍ କରିବୁ । ଯୁବରାଜଙ୍କ ଏଭଳି ପରାମର୍ଶ ମୋ ଉପରେ ଗଭୀର ପ୍ରଭାବ ପକାଇଥିଲା । ତାହାର ଫଳସ୍ୱରୂପ ପରିବର୍ତ୍ତୀ ସମୟରେ ମୁଁ ନିଜକୁ ଗଢିପାରିଥିଲି ବୋଲି ରାଇନା କହିଛନ୍ତି । ପ୍ରସଂଗକ୍ରମେ ସେ ରିଷଭ ପନ୍ତଙ୍କ କଥା ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ରିଷଭ ଜଣେ ପ୍ରତିଭାସଂପନ୍ନ ଖେଳାଳି ତାଙ୍କ ଉପରେ ଚୟନ କମିଟି ଅଧିକ ଧ୍ୟାନ ଦେବା ଆବଶ୍ୟକ । ଟିମ ମ୍ୟାନେଜମେଣ୍ଟ ଯୁବ ଖେଳାଳିମାନଙ୍କୁ ବିଶ୍ୱାସକୁ ନେବା ଉଚିତ୍ । ଏପରି ହେଲେ ଭାରତରେ ଦକ୍ଷ ଖେଳାଳି ଅଧିକ ସଂଖ୍ୟାରେ ବାହାରିପାରିବେ ବୋଲି ରାଇନା କହିଛନ୍ତି । ରାଇନା ତାଙ୍କର ବିବୃତିରେ ରିଷଭଙ୍କର ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ମ୍ୟାନେଜମେଣ୍ଟ ଅଧିକ ଧ୍ୟାନ ଦେଉ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen + 11 =