ଜେଲ ଗଲେ ୧୭ ବିଦେଶୀ ନାଗରିକ

0 130

ପାଟନା : ବିହାରରେ କୋରନା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସଂକ୍ରମଣ ଯେପରି ଅନ୍ୟ ଅଂଚଳଗୁଡିକ ନବ୍ୟାପିବ ସେଥିପାଇଁ ବିଦେଶରୁ ଆସି ଏହି ରାଜ୍ୟରେ ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ସେମାନଙ୍କର ଚିହ୍ନଟ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ବହୁ ବିଦେଶୀ ପର୍ଯ୍ୟଟକ ପର୍ଯ୍ୟଟନ ଭିସା ବଳରେ ରାଜ୍ୟକୁ ଆସିଛନ୍ତି । କିନ୍ତୁ ସେମାନେ ଇତି ମଧ୍ୟରେ ଭିସା ନିୟମ ଉଲ୍ଲଂଘନ କରିଥିବା ଜଣାପଡିଛି । ଏଭଳି ୧୭ଜଣ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଗିରଫ କରାଯାଇଛି । ପରେ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି । ଆଉ କେଉଁମାନେ ଏଭଳି ଉଲ୍ଲଂଘନ କରିଛନ୍ତି ସେ ନେଇ ତଦନ୍ତ ଚାଲିଛି ।

hiranchal ad1
Leave A Reply

Your email address will not be published.

two × two =