ଏଣିକି ଛେପ ପକାଇଲେ ଫାଇନ୍‌

0 103

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ଅଧିକରୁ ଅଧିକ ବ୍ୟାପୁଥିବାରୁ ତାହାକୁ ରୋକିବା ପାଇଁ କେନ୍ଦ୍ର ସରକାର କେତେକ କଡା ନିୟମ ଲାଗୁ କରିଛନ୍ତି । ଏହି ନିୟମ ଅନୁସାରେ ଏଣିକି ସାର୍ବଜନିନ ସ୍ଥାନରେ ଛେପ ପକାଇଲେ ମାମଲା ରୁଜୁ ହେବ । ଏବଂ ଫାଇନ ଆଦାୟ କରାଯିବ । ଏହା ସାରା ଦେଶରେ ଲାଗୁ ହେବ । ଲୋକମାନଙ୍କର ଏଭଳି କାର୍ଯ୍ୟକଳାପ ଉପରେ ନଜର ରଖିବା ଲାଗି କର୍ମଚାରୀମାନଙ୍କୁ ଦାୟିତ୍ୱରେ ରଖାଯିବ । ଦେଖିବା ମାତ୍ରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏହି ନିୟମକୁ କାର୍ଯ୍ୟକାରି କରିବା କ୍ଷେତ୍ରରେ ଅବହେଳା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

hiranchal ad1
Leave A Reply

Your email address will not be published.

one × five =