ପୁଅ ବୋହୁଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ନିଜର ସୁରକ୍ଷା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

0 231

ଭଦ୍ରକ: ମହାମରୀ କରୋନା କୁ ନେଇ ସାରା ଭାରତ ସମେତ ଓଡ଼ିଶା ଲକ୍‌ଡାଉନ୍ ରହିଥିବା ବେଳେ ଘରର ବୟସ୍କ ଲୋକଙ୍କୁ ଉପଯୁକ୍ତ ଯତ୍ନ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ଘୋଷଣା କରିଛନ୍ତି । ଏପରିସ୍ଥଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ଜଳଙ୍ଗା ଗ୍ରାମର ସନାତନ ସାହୁ ନାମକ ଜଣେ ୭୦ବର୍ଷ ବୟସ୍କ ବ୍ୟକ୍ତି ନିଜର ବଡ଼ ପୁଅ ବୋହୁଙ୍କ ଦ୍ୱାରା ଶାରିରୀକ ଓ ମାନସିକ ନିର୍ଯ୍ୟାତନା ହେବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଭଳି ଏକ ସ୍ପର୍ଶକାତର ଘଟଣା ସମ୍ପର୍କରେ ଭଦ୍ରକର ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦରଖାସ୍ତ ଦେବା ସହ ନିଜର ଅଭିଯୋଗ ପ୍ରକାଶ କରିଛନ୍ତି । ବୟସ୍କ ବ୍ୟକ୍ତି ଶ୍ରୀ ସାହୁ ଅଭିଯୋଗରେ ଦର୍ଶାଇଛନ୍ତି ତାଙ୍କର ଦୁଇ ପୁଅ ଓ ଏକ କନ୍ୟା ସନ୍ତାନ ସମସ୍ତେ ବିବାହିତ । ସାନ ପୁଅ ବାହାରେ ରହୁଥିବା ବେଳେ ବଡ଼ ପୁଅ ଗାଆଁରେ ରହୁଛି ଏବଂ କନ୍ୟା ବିବାହିତା । ବୟସ୍କ ବ୍ୟକ୍ତି ଶ୍ରୀ ସାହୁ ନିଜର ପୈତୃକ ଜାଗା ଜଳଙ୍ଗା ଗ୍ରାମ ଠାରୁ କିଛି ଦୁରରେ ଗାୟତ୍ରୀ ମନ୍ଦିର ପାଖରେ ଏକ ଫାର୍ମ ନିକଟରେ ଜାଗା କିଣି ଘର କରି ସ୍ୱାମୀ ସ୍ତ୍ରୀ ରହି ଆସୁଛନ୍ତି । ନିଜର ବଡ଼ ପୁଅ ପୁର୍ଣ୍ଣଚନ୍ଦ୍ର ସାହୁ ଜଳଙ୍ଗାରେ ଥିବା ନିଜର ପୈତୃକ ଜାଗାରେ ଘର କରି ରହିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ନିଜର ବଡ଼ ପୁଅ ପୁର୍ଣ୍ଣଚନ୍ଦ୍ର ଓ ତା’ର ସ୍ତ୍ରୀ ଜଳଙ୍ଗାର ପୈତୃକ ଜାଗା ଛାଡ଼ି ଜୋର ଜବରଦସ୍ତ ଆମେ ସ୍ୱାମୀ ସ୍ତ୍ରୀ ରହୁଥିବା ଜାଗାରେ ରହି ଆମ୍ଭଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରିବାକୁ ମଧ୍ୟ ପଛାଉ ନାହାନ୍ତି । ଆମେ ବୁଢ଼ା ବୁଢ଼ୀ ରହୁଥିବା ଘରେ ଆମକୁ ବାହାର କରିଦେଇ ସେ ସ୍ୱାମୀ ସ୍ତ୍ରୀ ରହିବାକୁ ଧମକ ଚମକ ଦେଉଛନ୍ତି । ଆହୁରିମଧ୍ୟ ବୟସ୍କ ବ୍ୟକ୍ତି ଶ୍ରୀ ସାହୁ ଦର୍ଶାଇଛନ୍ତି ଯେ ତାଙ୍କର ସ୍ତ୍ରୀ ଜଣେ ଶାରିରୀକ ଅସୁସ୍ଥ ବ୍ୟକ୍ତି ହୋଇଥିବା ବେଳେ ସେ ମଧ୍ୟ ଜଣେ ଡାଇବେଟିସ୍‌, ବ୍ଲଡପ୍ରେସର, ଗ୍ୟାଷ୍ଟିକ୍ ଭଳି ବିଭିନ୍ନ ରୋଗରେ ପିଡିତ ଅଛନ୍ତି । ନିୟମିତ ଭାବେ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇ ଆସୁଥିବା ବେଳେ ବଡ଼ ପୁଅ ପୁର୍ଣ୍ଣଚନ୍ଦ୍ର ଓ ବୋହୁର ନିର୍ଯ୍ୟାତନା ସେମାନଙ୍କୁ ଶାରିରୀକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାବେ ମର୍ମାହତ କରିଛି । ବଡ଼ ପୁଅ ବୋହୂ ଲଗାତର ଭାବେ ତାଙ୍କ ଉପରେ ଆକ୍ରମଣ କରିବା ଫଳରେ ଶେଷରେ ନିରୂପାୟ ହୋଇ ଆଜି ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନିଜର କୋହଭରା କଣ୍ଠରେ ପୁଅ ବୋହୁଙ୍କର ନିର୍ଯ୍ୟାତନା ସମ୍ପର୍କରେ ଅବଗତ କରାଇଛନ୍ତି । ବୟସ୍କ ବ୍ୟକ୍ତିଙ୍କର ଏହି ଅଭିଯୋଗକୁ ଆରକ୍ଷୀ ଅଧିକ୍ଷକ ଅବଗତ ହେବା ସହ ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

10 + 5 =