କରୋନା ମୁକାବିଲା : କୁସ୍ତି ମହାସଂଘ ୧୧ଲକ୍ଷ ଦାନ କଲା, ପୁନମ ଓ ମିତାଲି ବି ବଢାଇଲେ ସହାୟତାର ହାତ

0 106

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବୃଜଭୂଷଣ ଶରଣ ମହାସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୧୧ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ସେହିପରି ମହିଳା କ୍ରିକେଟର ମିତ୍ତାଲି ରାଜ ୧୦ଲକ୍ଷ ଓ ପୁନମ ଯାଦବ ୨ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଭାରତୀୟ ଖେଳପ୍ରାଧିକରଣ କର୍ମଚାରୀମାନେ ମଧ୍ୟ ୩ଦନର ଦରମା ଦେବାକୁ ଘୋଷଣା କରିଛନ୍ତି । ଏହି ଅର୍ଥ ରାଶି ପାଖାପାଖି ୭୬ଲକ୍ଷ ହେବ ବୋଲି ଜଣାପଡିଛି ।

hiring


ଭାରତୀୟ ମହିଳା ଦିନିକିଆ ଦଳର ଅଧିନାୟକ ମିତାଲି ପ୍ରଧାନମନ୍ତ୍ରୀ ରିଲିଫ ପଣ୍ଡ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫-୫ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ସେହିପରି ମହିଳା ଟି୨୦ ବିଶ୍ୱକପରେ ଭାରତକୁ ଫାଇନାଲରେ ପ୍ରବେଶ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୁନ ଯାଦବ ୨ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ସେ ଟ୍ୱିଟ କରିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ଓ ଉତ୍ତରପ୍ରଦେଶ ମୁକ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏହି ରାଶି ପ୍ରଦାନ କରିବି । ବିଶ୍ୱାସ କରୁଛି ସମସ୍ତେ ଯୋଗଦାନ ଦିଅନ୍ତୁ, ସମସ୍ତେ ସୁରକ୍ଷିତ ରହୁନ୍ତି । ସେହିପରି ଦୀପ୍ତି ଶ୍ରମା ମଧ୍ୟ ଦେଢ ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି ।
ଭାରତୀୟ ଦଳର ଉପ ଅଧିନାୟକ ତଥା ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ମଧ୍ୟ ଏହି ମହାମାରୀ କରୋନା ମୁକାବିଲା ପାଇଁ ସାହାଯ୍ୟ ହାତ ବଢାଇଛନ୍ତି । ସେ ୮୦ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେ ପିଏମ୍ କେୟାର୍ସ ଫଣ୍ଡକୁ ୪୫ଲକ୍ଷ, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ(ମହାରାଷ୍ଟ୍ର)କୁ ୨୫ଲକ୍ଷ ଓ ଜୋମେଟୋ ଫିଡିଙ୍ଗ୍ ଇଣ୍ଡିଆକୁ ୫ଲକ୍ଷ ଏବଂ ବୁଲା କୁକୁରଙ୍କ ଦେଖାଶୁଣା ପାଇଁ ୫ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × three =