ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ ଭାରତରେ, ଏଠାରେ ସାକ୍ଷରତା ହାର ଶତ ପ୍ରତିଶତ

0 127

ଆମ ଦେଶ ସଫାସୁତୁରା ମାମଲାରେ ବହୁତ ପଛରେ କିନ୍ତୁ ଆମ ଦେଶରେ ଏଭଳି ଏକ ଗାଁ ଅଛି ଯାହାକି ଏସିଆର ସବୁଠାରୁ ସଫାସୁତୁରା ଗାଁ । ଏହି ଗାଁକୁ ଭଗବାନଙ୍କ ନିଜ ବଗିଚା ବୋଲି କୁହାଯାଏ । ମାବଲ୍ୟାନ୍ନଗ ହିଲ୍ସ ଜିଲ୍ଲାର ଏହି ଗାଁ ମେଘାଳୟର ସିଲଙ୍ଗ ଏବଂ ଭାରତ-ବାଂଲାଦେଶ ବର୍ଡରରୁ ୯୦ କିଲୋମିଟର ଦୂରରେ ରହିଛି । ସଫା ସହିତ ଏହି ଗାଁ ସାକ୍ଷରତାରେ ମଧ୍ୟ ନମ୍ବର ୧ ଅଟେ । ସେଠାରେ ୯୫ଟି ପରିବାର ରହୁଛନ୍ତି ଯାହାଙ୍କ ଜିବୀକାର ମୁଖ୍ୟ କାରଣ ହେଉଛି ସୁପାରି । ସେଠାକାର ଅଧିକାଂଶ ଲୋକ ଇଂରାଜୀରେ କଥା ହୁଅନ୍ତି ।

hiring

ସେଠାରେ ଲୋକ ଅଳିଆ ଆବର୍ଜନାକୁ ଏକ ଡଷ୍ଟବିନ୍‌ରେ ଜମା କରିଥାନ୍ତି ଏବଂ ତାକୁ ଗୋଟେ ଯାଗାରେ ଏକାଠି କରି ଖେତ ପାଇଁ ସାର ଭାବେ ବ୍ୟବହାର କରିଥାନ୍ତି । ତେଣୁ ଏହି ଗ୍ରାମକୁ ଭାରତ ତଥା ଭାରତ ବାହାରୁ ପର୍ଯ୍ୟଟକମାନେ ଆସୁଥିବାର ନଜିର ରହିଛି । ଏହାକୁ ନେଇ ଭାରତ ସରକାର ମଧ୍ୟ ଏହି ଗାଁର ମୁଖିଆଙ୍କ ସାବାସୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three × three =