କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ଅଲିମ୍ପିକ୍ସରେ ସାମିଲ ହେଲା ଏହି ସବୁ ଖେଳ

0 96

ଦିନିକିଆ ବିଶ୍ୱକପ୍, ଟି-20 ବିଶ୍ୱକପ୍, ଆଇପିଏଲ୍ ପରେ ଏବେ ଅଲମ୍ପିକ୍ସରେ ବି ଦେଖିବାକୁ ମିଳିବ କ୍ରିକେଟ୍ ଖେଳ । ଖେଳ ପ୍ରେମୀ ଅଲମ୍ପିକ୍ସରେ କ୍ରିକେଟ୍ ର ମଜା ନେଇପାରିବେ । ୧୨୮ ବର୍ଷ ପରେ ଅଲମ୍ପିକ୍ସରେ କ୍ରିକେଟ୍ କୁ ସାମିଲ କରାଯାଇଛି । ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ୍ । କ୍ରିକେଟ୍ କୁ ସାମିଲ କରିବା ନେଇ ପ୍ରସ୍ଥାବକୁ IOC ର ମଞ୍ଜୁରି ମିଳିଛି । କ୍ରିକେଟ ସହ ଅନ୍ୟ ୪ ଖେଳକୁ ମଧ୍ୟ ମଞ୍ଜୁରି ମିଳିଛି । ମୁମ୍ବାଇରେ ଚାଲିଥିବା IOC ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ପୁରୁଷ ଓ ମହିଳା ଟି -20 କ୍ରିକେଟ୍ ଅଲିମ୍ପିକ୍ସରେ ଅନ୍ତର୍ଭୁକ୍ତ ହେବ । ୨୦୨୮ ରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ ଖେଳ ହେବ । କ୍ରିକେଟ୍ (ଟି-20) ସହିତ ଫ୍ଲାଗ୍ ଫୁଟବଲ୍, ବେସବଲ୍(ସଫ୍ଟବଲ୍), ଲାକ୍ରିକ୍ସ ଏବଂ ସ୍କ୍ୱାସ୍‌କୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ୧୫ ରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି(ଆଇଓସି)ର ୧୪୧ତମ ଅଧିବେଶନରେ ଏ ନେଇ ନିଷ୍ପତ୍ତି ନିଆଯାଇଥିବା ନେଇ IOC ଟ୍ୱିଟ୍ କରି ସୂଚନା ଦେଇଛି । କ୍ରିକେଟ୍ କୁ ଅନ୍ତର୍ଭୁକ୍ତ କରିବା ଉପରେ ମୋହର ବାଜିପାରେ । ଏହି ଖେଳଗୁଡିକରେ ଲାକ୍ରିକ୍ସ ଏବଂ ସ୍କ୍ୱାସ୍‌କୁ ଅତିରିକ୍ତ ଭାବେ ଖେଳାଯିବ ।ଏହା ପୂର୍ବରୁ ୧୯୦୦ ମସିହାରେ ପ୍ୟାରିସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯାଇଥିଲା । ଏଥିରେ ଇଂଲଣ୍ଡ ଏବଂ ଫ୍ରାନ୍ସ ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହୋଇଥିଲେ । ଯଦିଓ, ଦୀର୍ଘ ଦିନ ଧରି ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ ଚାଲିଥିଲା, ଏହା ପରେ ଏହାକୁ ଅଲମ୍ପିକ୍ସରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

hiranchal ad1
Leave A Reply

Your email address will not be published.

nineteen − 2 =