୫୦ ଫୁଟ ତଳକୁ ଖସିଲା ଗାଡି

0 739

ହରଭଙ୍ଗା :୫୦ ଫୁଟ ସେତୁ ତଳକୁ ଖସିଲା ମ୍ୟାକ୍ସ ପିକଅପ । ଘଟଣା ସ୍ଥଳରେ ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଜଣେ ଗୁରୁତର ଭାବେ ଆହାତ ହୋଇଛନ୍ତି । ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାଇ ସୋମବାର ବୌଦ୍ଧ ଥାନା ଜଗନ୍ନାଥ ସଡକ ଦେଇ ଧାନ ବୋଝେଇ ପିକଅପ୍‌ ରାଇସ୍‌ ମିଲକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ହାଟଗାଁ ସେତୁରୁ ୫୦ ଫୁଟ ତଳକୁ ଖସିପଡିଥିଲା।ଦୁର୍ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ଗାଡି ଭିତରେ ବସିଥିବା ଅନଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଇଡ଼ା ପଞ୍ଚାୟତ ବଡ଼ବନ୍ଧ ଗ୍ରାମର ଟୁନା ସାହୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଓ ତାଙ୍କର ଅନ୍ୟ ଜଣେ ସାଥି ଗୁରୁତର ଆହାତ ହୋଇଥିବାରୁ ତାଙ୍କୁ ବୌଦ୍ଧ ମେଡିକାଲ ରେ ଭର୍ତ୍ତି କରାଯାଇଛି ଓ ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ଗାଡି ଓ ଶବ ଜବତ କରିବା ସହ ତଦନ୍ତ ଚଳାଇଛି।ଅନ୍ୟ ପଟେ ଫେରାର ଥିବା ଡ୍ରାଇଭରଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ସେ,ଗାଡି ସ୍ପିଡ଼ି ଥିଲା ଚାନ୍ଦା ମାଗୁଥିବାରୁ ବ୍ରେକ ଜୋରରେ ବ୍ୟବହାର କରିବା ଫଳରେ ଗାଡି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଲା,ଓ ମତେ ସାହାଯ୍ୟ କର ବୋଲି ଗୁହାରି କରିଛନ୍ତି।

hiranchal ad1
Leave A Reply

Your email address will not be published.

sixteen + 9 =