ଭାଇରାଲ ହେଲା ବ୍ରାଭୋ ଓ ଜାଡେଜାଙ୍କ ଏହି ସିଙ୍ଗିଙ୍ଗ୍‌ ଭିଡିଓ

0 50

ଦୁବାଇ : ଶୁକ୍ରବାର ଦିନ ଚେନ୍ନାଇ ସୁପର କିଙ୍ଗ୍‌ସ କୋଲକତାକୁ ୨୭ରନରେ ହରାଇ ଆଇପିଏଲ ଇତିହାସରେ ଚତୁର୍ଥ ଥର ଚମ୍ପିଆନ ହୋଇଛି । ଏହି ବିଜୟ ପରେ ଦଳର ଖେଳାଳିମାନେ ଉତ୍ସବ ମନାଇଥିଲେ । ଏହି ଅବସରରେ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ଡ୍ୱେନ ବ୍ରାଭୋ ଚେନ୍ନାଇର ଥିମ୍‌ ସଂଗ ଗାନ କରି ଏବେ ଚର୍ଚ୍ଚାରେ ଅଛନ୍ତି । ଚେନ୍ନାଇ ଥିମ୍‌ ସଂଗ ବି ଆର୍‌ ଦୋ ଚେନ୍ନାଇ ବଏଜ ଗୀତ ଗାଇଥିଲେ ଏହି ଦୁଇ ଅଲରାଉଣ୍ଡର ।

hiring

ଏହାର ଭିଡିଓ କ୍ଲିପକୁ ଆଇପିଏଲ ଅଧିକାରୀ ଟ୍ୱିଟର ହ୍ୟାଣ୍ଡଲରେ ଏହାକୁ ସେୟାର କରିଥିଲେ । ଭିଡିଓ ସେୟାର ହେବାର ୧୨ ଘଣ୍ଟା ମଧ୍ୟରେ ୧୨ଲକ୍ଷ ଲୋକ ଏହାକୁ ଲାଇକ କରି କରିଥିଲେ ।
ସୂଚନାଯୋଗ୍ୟ ଯେ, ଫାଇନାଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୩ ଉଇକେଟ ହରାଇ ୨୦ ଓଭରରେ ୧୯୨ ରନ କରିଥିଲା । ଏହାର ଜବାବରେ କେକେଆର ପ୍ରଥମରୁ ଭଲ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟମ ଭାଗରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୭ରନରେ ହାରିଥିଲା ।

hiranchal ad1
Leave A Reply

Your email address will not be published.

four − 4 =