କୋହଲିଙ୍କୁ ମାତ୍ ଦେଇପାରିବେ ବାବର ଆଜମ୍‌

0 95

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ଅଧିନାୟକ ରମିଜ ରାଜା ତାଙ୍କର ଏକ ବିବୃତ୍ତିରେ ବିରାଟ କୋହଲି ଓ ପାକ୍ କ୍ରିକେଟର ବାବର ଆଜମଙ୍କ ସଂପର୍କରେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ରମିଜ କହିଛନ୍ତି ଯେ, କୋହଲିଙ୍କୁ ମାତ୍ ଦେବା ପାଇଁ ପାକିସ୍ତାନରେ ଯଦି କେହି ବ୍ୟାଟ୍ସମ୍ୟାନ ଥାଆନ୍ତି ତାହା ହେଲେ ସେ ହେଉଛନ୍ତି ବାବର ଆଜମ । ବର୍ତ୍ତମାନ ସମୟରେ ଆଜାମ ଏକମାତ୍ର କ୍ରିକେଟର ଯିଏକି କୋହଲିଙ୍କୁ ପଡିଆରେ ଉପଯୁକ୍ତ ଜବାବ୍ ଦେଇପାରିବ । ତେବେ ଏହି ସଫଳତା ହାସଲ କରିବାକୁ ହେଲେ ଆଜମଙ୍କୁ କେତୋଟି ନିର୍ଦ୍ଦିଷ୍ଟ ଦିଗ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଖେଳରେ ସୁଧାର ଆଣିବା, ଅଧିକରୁ ଅଧିକ ରନ୍ କରିବା ଏବଂ ମ୍ୟାଚରେ ବିଜୟ ଏହି ତିନୋଟି ଦିଗ ଉପରେ ଆଜମ ଅଧିକ ଧ୍ୟାନ ଦେବା ଉଚିତ୍ । ହାରିବା ଚିନ୍ତା ଅପେକ୍ଷା ଜିତିବାର ପଜିଟିଭ୍ ଚିନ୍ତାଧାରା ଅବ୍ୟାହତ ରଖିଲେ, ସେ ଭାରତ ବିପକ୍ଷରେ ଯଥେଷ୍ଟ ସଫଳତା ପାଇପାରିବେ ବୋଲି ରମିଜ୍ କହିଛନ୍ତି । ଅବଶ୍ୟ ରମିଜ ତାଙ୍କ ବିବୃତିରେ କୋହଲିଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କୋହଲିଙ୍କ ଟିମ୍ ଏକ ଦକ୍ଷଟିମ୍ । ଏହି ଦଳ ଯଦିଓ ନ୍ୟୁଜିଲାଣ୍ଡ ବିପକ୍ଷ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିପାରିନାହିଁ ତଥାପି ଆସନ୍ତା ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ମାଟିରେ ସଫଳତା ପାଇବ ବୋଲି ସେ କହିଛନ୍ତି । ରମିଜଙ୍କର କୋହଲି ଏବଂ ଭାରତୀୟ ଟିମ ସଂପର୍କିତ ମନ୍ତବ୍ୟକୁ ବହୁ ଭାରତୀୟ ପ୍ରଶଂସକ ପସନ୍ଦ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × 5 =