ଧୋନୀ ଅତିକମରେ ୨/୩ଟି ଆଇପିଏଲ ଖେଳିପାରିବେ : ଭିଭିଏସ୍ ଲକ୍ଷ୍ମଣ

0 71

ନୂଆଦିଲ୍ଲୀ : ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନୀଙ୍କ ସଂପର୍କରେ ଭିନ୍ନ ଭିନ୍ନ ଚର୍ଚ୍ଚା ଗଣମାଧ୍ୟମରେ ଓ ସୋସିଆଲ ମିଡିଆରେ ଜାରି ରହିଛି । କେତେକ ମତ ଦେଇଛନ୍ତି ଯେ, ଧୋନୀ ବହୁ ଆଗରୁ ଅବସର ନେଇଯିବା ଥିଲା । ତେବେ ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣ ଭିନ୍ନ ମତ ଦେଇ କହିଛନ୍ତି ଯେ, ଆହୁରି ଅଧିକ କ୍ରିକେଟ ଖେଳିବା ପାଇଁ ଧୋନୀଙ୍କର ସାମର୍ଥ୍ୟ ରହିଛି । ଏପରିକି ସେ ଅତିକମରେ ୨/୩ଟି ଆଇପିଏଲ ଆରାମରେ ଖେଳିପାରିବେ । ଅଧିକ ଆଇପିଏଲ ସେ ଖେଳିବା ଉଚିତ୍ ହେବ । ଚେନ୍ନାଇ ସୁପର କିଙ୍ଗସ ପାଇଁ ସେ ଖେଳିବେ । ଏଥିରେ କୌଣସି ସନ୍ଦେହ ନାହିଁ । ସେ ଏବେବି ଯଥେଷ୍ଟ ଫିଟ୍ ଅଛନ୍ତି । ଖେଳିବା ପାଇଁ ଜଣେ କ୍ରିକେଟରଙ୍କ ପାଖରେ ଯେତିକି ଶକ୍ତି ଓ ସାମର୍ଥ୍ୟ ରହିବା ଆବଶ୍ୟକ ତାଙ୍କଠାରେ ଅଛି । ଏଣୁ ତାଙ୍କର ଅବସର ବିଷୟକୁ ନେଇ ଏତେଟା ଚର୍ଚ୍ଚା କରାଯିବା ଠିକ୍ ନୁହେଁ ବୋଲି ଲକ୍ଷ୍ମଣ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଗୌତମ ଗମ୍ଭୀର ତାଙ୍କର ଏକ ବିବୃତିରେ କହିଥିଲେ ଯେ, ଜାତୀୟ ଦଳକୁ ଫେରିବାକୁ ହେଲେ ଧୋନୀଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ । ଯଦି ସେ ଆଇପିଏଲ ନ ଖେଳନ୍ତି ତା\’ହେଲେ ଜାତୀୟ ଦଳକୁ ଫେରିବା କଷ୍ଟକର ହୋଇପଡିବ ।

hiranchal ad1
Leave A Reply

Your email address will not be published.

one × 4 =