ବହୁ ଆମେରିକୀୟ ସ୍ୱଦେଶ ଫେରିବାକୁ ଚାହୁଁନାହାନ୍ତି

0 113

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଯୋଗୁଁ ସବୁ ଦେଶ ଭାରତରେ ଥିବା ସେମାନଙ୍କ ନାଗରିକମାନଙ୍କୁ ଫେରାଇ ନେବା ଲାଗି ଉଦ୍ୟମ କରୁଛନ୍ତି । ଅଷ୍ଟ୍ରେଲିଆ ଇତି ମଧ୍ୟରେ ଭାରତରୁ ତା\’ର ୪୪୪ ଜଣ ନାଗରିକଙ୍କୁ ସ୍ୱତନ୍ତ୍ର ବିମାନଯୋଗେ ଫେରାଇ ନେଇଛି । କିନ୍ତୁ ଭାରତରେ ଥିବା ଆମେରିକାର ନାଗରିକମାନେ ନିଜ ଦେଶକୁ ଯିବା ଲାଗି ଆଗ୍ରହ ପ୍ରକାଶ କରୁନାହାନ୍ତି । ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତରେ ଥିବା ୮ଶହ ଆମେରିକୀୟ ନାଗରିକଙ୍କ ପଚରାଯାଇଥିଲା ଯେ, ସେମାନେ ନିଜ ଦେଶକୁ ଫେରିଯିବାକୁ ଚାହୁଁଛନ୍ତି କି ନାହିଁ । ଆଶ୍ଚର୍ଯ୍ୟର ବିଷୟ ଯେ, ମାତ୍ର ୧୦ ପ୍ରତିଶତ ନାଗରିକ ହଁ କରିଥିଲେ । ଯେଉଁମାନେ ଫେରିଯିବାକୁ ଚାହୁଁନାହାନ୍ତି, ସେମାନଙ୍କୁ ତାହାର କାରଣ ପଚାରିବାରୁ ସେମାନେ କହିଥିଲେ ଯେ, ଭାରତ ଅପେକ୍ଷା ଆମେରିକାରେ କରୋନା ପରିସ୍ଥିତି ଅତି ସାଂଘାତିକ । ସେଠାରେ ଯେଉଁଭଳି ମାତ୍ରାରେ ସଂକ୍ରମଣ ବଢୁଛି, ସେ ଦୃଷ୍ଟିରୁ ସେଠାକୁ ଯିବା ନିରାପଦ ନୁହେଁ । ପରିସ୍ଥିତି ନିୟନ୍ତ୍ରଣ ହେବା ପରେ ସେମାନେ ଏ ସଂପର୍କରେ ନିଷ୍ପତ୍ତି ନେଇପାରନ୍ତି ବୋଲି କହିଥିଲେ । ବର୍ତ୍ତମାନ ଆମେରିକା ଭାରତରେ ଥିବା ୨୪ହଜାର ଆମେରିକୀୟଙ୍କୁ ଖୋଜି ବାହାର କରିବା କାମରେ ଲାଗିପଡିଛି ।

hiranchal ad1
Leave A Reply

Your email address will not be published.

6 + six =