ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି : ଲକଡାଉନ ନେଇ ପରବର୍ତ୍ତୀ ନିଷ୍ପତ୍ତି ଘୋଷଣା କରିବେ

0 144

ନୂଆଦିଲ୍ଲୀ : ଦେଶରେ ଲାଗୁ ହୋଇଥିବା ଲକଡାଉନର ଅବଧି ଆସନ୍ତାକାଲି ଶେଷ ହେଉଛି । ତେଣୁ ଏହି ଅବଧି ବୃଦ୍ଧି ପାଇବ କି ନାହିଁ ସେଥିନେଇ ଦେଶବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି । ଅବଧି ଶେଷ ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳେ ପରବର୍ତ୍ତୀ ଯୋଜନା ଘୋଷଣା କରିବେ । ସକାଳ ୧୦ଟାରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । କରୋନା ଭାଇରସ ନିୟନ୍ତ୍ରଣ ଏବଂ ଲୋକମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏହି ବ୍ଲୁ ପ୍ରିଣ୍ଟକୁ ଚୁଡାନ୍ତ ରୂପରେଖ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପର୍ଯ୍ୟାୟରେ ଉଚ୍ଚପଦସ୍ଥ ଅଫିସରମାନଙ୍କ ସହ ବୈଠକ କରିଥିଲେ । ବୈଠକରେ ବ୍ୟାପକ ଆଲୋଚନା ହେବା ପରେ ଯୋଜନା ଚୂଡାନ୍ତ ହୋଇଛି । ଏଥିରେ ଲୋକଙ୍କ ସୁରକ୍ଷା ଏବଂ ଜୀବନଜୀବିକାକୁ ଅଗ୍ରାଧିକାର ଦିଆଯାଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

13 − 6 =