ପୂର୍ବରୁ ମାଓବାଦୀ ଥିଲେ ଏବେ ମାସ୍କ ତିଆରି କରୁଛନ୍ତି

0 91

ରାୟପୁର : ପୂର୍ବରୁ ମାଓବାଦୀ ସଂଗଠନରେ ରହି ଅନେକ ହିଂସା ଘଟଣାରେ ସଂପୃକ୍ତ ଥିଲେ । ଦୀର୍ଘବର୍ଷ ଧରି ନିର୍ଦ୍ଦିଷ୍ଟ ଅଂଚଳରେ ସଂଗଠନର ସଦସ୍ୟମାନଙ୍କ ପାଇଁ କାର୍ଯ୍ୟ କରିଥିଲେ । ଏବେ କିନ୍ତୁ ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ସେ ହେଉଛନ୍ତି ଏମ୍‌.ଲଖା । ଛତିଶଗଡର ଭୀମପୁରମ୍ ଗାଁରେ ତାଙ୍କର ଘର । ୧୯୯୮ ମସିହାରେ ସେ ସିପିଆଇ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ । ସେ ମୁଖ୍ୟତଃ ମାଓବାଦୀ ସଂଗଠନର କମାଣ୍ଡରମାନଙ୍କ ପାଇଁ ପୋଷାକ ସିଲେଇ କାମ କରୁଥିଲେ । ତେବେ ପରେ ସେ ୨୦୧୯ରେ ଆତ୍ମସମର୍ପଣ କଲେ । ଏବେ ସେ ସୁକମା ପୁଲିସ ଲାଇନରେ ରହୁଛନ୍ତି । ବର୍ତ୍ତମାନ କରୋନା ପରିସ୍ଥିତିରେ ସେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସେ ମାସ୍କ ତିଆରି କାମରେ ଲାଗିପଡିଛନ୍ତି । ଦିନକୁ ସେ ୯୦ଟି ମାସ୍କ ତିଆରି କରୁଛନ୍ତି । ଏହି ମାସ୍କ ଗୁଡିକୁ ଆବଶ୍ୟକ ଥିବା ଲୋକମାନଙ୍କୁ ବଣ୍ଟାଯାଉଛି । ଆବଶ୍ୟକତା ଥିବା ପର୍ଯ୍ୟନ୍ତ ସେ ଏହିଭଳି ଭାବେ ମାସ୍କ ତିଆରି କରିଚାଲିଥିବେ ବେଳେ କହିଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି । ସେ ମାଓବାଦୀ ସଂଗଠନର ଶିଶୁ ସେନା ଶାଖାରେ କାର୍ଯ୍ୟ କରୁଥିଲେ । ଆତ୍ମସମର୍ପଣ ପରେ ସରକାର ତାଙ୍କର ଥଇଥାନ ବ୍ୟବସ୍ଥା କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 2 =