୩୫୦ ଗରିବ ପରିବାରର ଖାଇବା ଦାୟିତ୍ୱ ନେଲେ କ୍ରିକେଟର ସେହବାଜ

0 108

କୋଲକତା : ଲକଡାଉନ ଯୋଗୁଁ ଗରିବ ଓ ଅସହାୟ ଲୋକମାନେ ଖାଦ୍ୟ ପାଉନଥିବାରୁ ସେମାନେ ଅସୁବିଧାର ପଡିଛନ୍ତି । ସରକାରଙ୍କ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଉଥିଲେ ମଧ୍ୟ କିଛି ବ୍ୟକ୍ତିବିଶେଷ ଓ ସଂଗଠନ ନିଜ ଉଦ୍ୟମରେ ଏଭଳି ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣାଶୁଣା କ୍ରିକେଟର ସେହବାଜ ନଦିମ ଅନ୍ୟତମ । ସେ ୩୫୦ଜଣ ଗରିବ ପରିବାରର ଖାଇବା ଦାୟିତ୍ୱ ନେଇଛନ୍ତି । ତାଙ୍କୁ କେତେକ ଯୁବକ ଏହି କାମର ସହଯୋଗ କରୁଛନ୍ତି । ଏହି ଲୋକମାନଙ୍କୁ ପ୍ରତିଦିନ ଭାତ, ଡାଲି, ପରିବା ଓ ଚିନି ଭଳି ସାମଗ୍ରୀ ଯୋଗାଇ ଦିଆଯାଉଛି । ଯେଉଁମାନଙ୍କ ରୋଷେଇ ସୁବିଧା ଅଛି ସେମାନଙ୍କୁ ଚାଉଳ ଦିଆଯାଇଛି । ଇତି ମଧ୍ୟରେ ୧୫୦ ପରିବାରକୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇସାରିଲାଣି । ଆଉ ୨୦୦ ପରିବାରକୁ ଦିଆଯିବ । ଯେତେ ଅଧିକ ପରିବାର ପାଇବେ ସେତିକି ଫାଇଦା ହେବ ବୋଲି ସେ କହିଛନ୍ତି । ଦରକାର ପଡିଲେ ଆହୁରି ଅଧିକ ସଂଖ୍ୟାକ ଗରିବ ପରିବାରକୁ ଏଭଳି ସହାୟତା ଯୋଗାଇ ଦିଆଯିବ । ଗତବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତରୁ ଟେଷ୍ଟ ଡେବ୍ୟୁ ଆରମ୍ଭ କରିଥିବା ଏହି ୩୦ ବର୍ଷିୟ କ୍ରିକେଟରଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସେହବାଜ କହିଛନ୍ତି ଯେ, ମୁଁ ଲକଡାଉନକୁ ଏହି କାର୍ଯ୍ୟରେ ବ୍ୟବହାର କରିବାକୁ ଉଚିତ୍ ମନେ କରିଛି । ଲୋକମାନଙ୍କୁ ସିଧାସଳଖ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ଯାହା ଫଳରେ ସେମାନେ ଉପକୃତ ହେଉଥିବା ବେଳେ ମୋର ସମୟ ମଧ୍ୟ ଭଲରେ କଟୁଛି । ଆମେ ସର୍ବାଧିକ ଗରିବ ପରିବାରଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

one + 13 =