ଦରମା କାଟ୍ ପ୍ରସ୍ତାବକୁ ଗାଭାସ୍କରଙ୍କ ବିରୋଧ

0 102

ମୁମ୍ବାଇ : କରୋନା ଯୋଗୁଁ ଅନେକ କ୍ରିକେଟ ଇଭେଣ୍ଟ ବାତିଲ ହୋଇଯାଇଥିବାରୁ ଖେଳାଳିମାନଙ୍କ ଦରମା କାଟ୍ ପାଇଁ ଭାରତୀୟ କ୍ରିକେଟର ଆସୋସିଏସନ(ଆଇସିଏ) ଦେଇଥିବା ଦରମା କାଟ୍ ପ୍ରସ୍ତାବକୁ କିମ୍ବଦନ୍ତୀ କ୍ରିକେଟର ସୁନିଲ ଗାଭାସ୍କର ଦୃଢ ବିରୋଧ କରିଛନ୍ତି । ଏଭଳି ଏକ ସମୟରେ ଖେଳାଳିମାନଙ୍କ ବେତନ ଉପରେ କଟକଣା ଲଗାଇବା ଆଦୌ ବାସ୍ତବବାଦୀ ପଦକ୍ଷେପ ନୁହେଁ ବୋଲି ସେ କହିଛନ୍ତି । ଗାଭାସ୍କର ଆସୋସିଏସନର ସଭାପତି ଅଶୋକ ମାଲହୋତ୍ରା ଗତକାଲି ଦେଇଥିବା ଏହି ପ୍ରସ୍ତାବ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସାରା ବିଶ୍ୱରେ ଅନେକ କ୍ରିକେଟ ଇଭେଣ୍ଟକୁ କରୋନା ଭାଇରସ ସଂକ୍ରମଣ କାରଣରୁ ସ୍ଥଗିତ କିମ୍ବା ବାତିଲ କରାଯାଇଛି । ଏଥିଯୋଗୁଁ ଆୟୋଜକମାନେ ଆର୍ଥିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଖେଳାଳିମାନେ ମଧ୍ୟ କ୍ରିକେଟ ଇଭେଣ୍ଟରେ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଏଭଳି ସମୟରେ ଖେଳାଳିମାନଙ୍କ ବେତନ କାଟ୍ କରାଯିବାର କୌଣସି ଯଥାତର୍ଥ ନାହିଁ । ଏହାଛଡା ଅନ୍ତର୍ଜାତୀୟ ଓ ପ୍ରଥମ ଶ୍ରେଣୀ କ୍ରିକେଟରମାନେ ସଂଘର ସଦସ୍ୟ ନୁହଁନ୍ତି । ତେଣୁ ଆସୋସିଏସନ କିପରି ଭାବରେ ସେମାନଙ୍କ ଦରମା କାଟ ନେଇ ପ୍ରସ୍ତାବ ଦେଲେ ବୋଲି ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି । ଆସୋସିଏସ ସଭାପତି ଖେଳାଳିମାନଙ୍କ ତରଫରୁ ଏଭଳି ବିବୃତି ଦେବା କିମ୍ବା ପ୍ରସ୍ତାବ ଦେବାର କୌଣସି ଅଧିକାର ନାହିଁ । ଏହା ନିହାତି ଏକ ଅବାସ୍ତବ ଓ ଅନୁଚିତ ପ୍ରସ୍ତାବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × five =