କରୋନା ଯୋଦ୍ଧାଙ୍କୁ ସମର୍ଥନ ଜଣାଇଲେ କୋହଲି

0 78

ନୂଆଦିଲ୍ଲୀ ବର୍ତ୍ତମାନ କରୋନା ଭାଇରସ୍ ବିରୋଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଅଗ୍ନିଶମ ସେବାବାହିନୀ, ପୁଲିସ କର୍ମଚାରୀମାନେ ଦିନରାତି ସଂଘର୍ଷ କରୁଛନ୍ତି । ସେମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କର ସେବା କରୁଛନ୍ତି । ତେଣୁ ଦେଶବାସୀ ମିଳିତ ଭାବେ ସେମାନଙ୍କୁ ସମର୍ଥନ ଜଣାଇବା ପାଇଁ ଆଗେଇ ଆସିବା ଉଚିତ୍ ବୋଲି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିବେଦନ କରିଛନ୍ତି । ସୋସିଆଲ ମିଡିଆରେ ସେ କରୋନା ଯୋଦ୍ଧାମାନଙ୍କୁ ସମର୍ଥନ ଜଣାଇବା ସହିତ ସାମାଜିକ ଦୂରତା ରକ୍ଷା କରିବା ଲାଗି ବିଭିନ୍ନ କ୍ରୀଡର ଖେଳାଳିମାନଙ୍କୁ ଏବଂ ସର୍ବୋପରି ଦେଶବାସୀ ଅନୁରୋଧ ଜଣାଇଛନ୍ତି । ସେ କହିଛନ୍ତି ଯେ, କେବଳ କରୋନା ପାଇଁ ଅର୍ଥଦାନ କଲେ ହେବ ନାହିଁ ସାମାଜିକ ଦୂରତା ପାଳନ କରିବା ସହିତ ଘରେ ଆବୋଧ ହୋଇ ରହିବା ନିହାତ ଜରୁରୀ । କାରଣ ଏହି ଭାରରସରେ କେବଳ ସାଧାରଣ ଲୋକ ନୁହଁନ୍ତି ବହୁ ସେଲିବ୍ରିଟି ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କ୍ରିକେଟର, ଟେନିସ ଖେଳାଳି, ବ୍ୟାଡମିଣ୍ଟନ ଖେଳାଳି, ଫୁଟବଲ ଖେଳାଳି ଏବଂ ଅନ୍ୟ କେତେ ଜଣ ଆଥଲେଟ ମଧ୍ୟ ଅଛନ୍ତି । କରୋନା ଭାଇରସର ମୁକାବିଲା ପାଇଁ କେନ୍ଦ୍ର ସରକାର ଲାଗୁ କରିଥିବା ଲକଡାଉନକୁ କ୍ରିକେଟ ଜଗତ ସମର୍ଥନ କରୁଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ । ବର୍ତ୍ତମାନ ସମୟରେ କରୋନାକୁ ହରାଇବାକୁ ହେଲେ ଲକଡାଉନକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି କୋହଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କୋହଲିଙ୍କ ଭଳି ଆହୁରି ବହୁ ପୂର୍ବତନ କ୍ରିକେଟର ଏବଂ ବର୍ତ୍ତମାନ ଖେଳୁଥିବା ଅନ୍ତର୍ଜାତୀୟସ୍ତରର କ୍ରିକେଟରମାନେ ଲକଡାଉନକୁ ସଂପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen + 3 =