ହଜାରରେ ଅଧିକ କରୋନା ଆକ୍ରାନ୍ତ ନିଜାମୁଦ୍ଦିନ ଲିଙ୍କ୍‌

0 98

ନୂଆଦିଲ୍ଲୀ,: ଦେଶରେ ବର୍ତ୍ତମାନ ସୁଦ୍ଧା ଯେତିକି କରୋନା ରୋଗୀ ଚିହ୍ନଟ ହୋଇଛି ତା\’ମଧ୍ୟରୁ ୧ହଜାରରୁ ଅଧିକ ରୋଗୀଙ୍କର ନିଜାମୁଦ୍ଦିନ ଲିଙ୍କ୍ ରହିଛି । ଆଜି କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି । ନିଜାମୁଦ୍ଦିନରୁ ମୁସଲିମମାନେ ୧୭ଟି ରାଜ୍ୟକୁ ଯାଇଛନ୍ତି । ଅର୍ଥାତ୍ ସେମାନଙ୍କ ଯୋଗୁଁ ଏହି ୧୭ଟି ରାଜ୍ୟରେ କରୋନା ସଂକ୍ରମଣ ହୋଇଛି । ଏହି ରାଜ୍ୟଗୁଡିକ ମଧ୍ୟରେ ଓଡିଶା ମଧ୍ୟ ରହିଛି । ୨୨ହଜାରରୁ ଅଧିକ ନିଜାମୁଦ୍ଦିନ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଆହୁରି ବହୁ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନାହିଁ । ତେଣୁ ତାହାକୁ ନେଇ ସରକାର ଚିନ୍ତାରେ ଅଛନ୍ତି । ସେମାନଙ୍କୁ ଖୋଜି ବାହାର କରିବା ଲାଗି ସଂପୃକ୍ତ ରାଜ୍ୟ ସରକାରମାନେ ସଟଡାଉନ ଓ ସିଲ୍ ଭଳି କଠୋର ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି । ଜଣେ ମୈଲାନାଙ୍କୁ ଧରିବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ନାମ ହେଉଛି ମୈଲାନା ସାଦ । ସେ ଏକ ପ୍ରକାର ଫେରାର ହୋଇଯାଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଖୋଜିବା ପାଇଁ ମୁସଲିମ ସଂପ୍ରଦାୟର କେତେକ ସଂଗଠନ ସାହାଯ୍ୟ ଲୋଡାଯାଇଛି । ଏହି ନିଜାମୁଦ୍ଦିନ ସମ୍ମିଳନୀରେ ପ୍ରକୃତରେ କେତେ ସଂଖ୍ୟାକ ମୁସଲିମ ଏକତ୍ରିତ ହୋଇଥିଲେ ତାହା ଜଣାପଡୁନାହିଁ । ଏମାନେ ଅଲଗା ଅଲଗା ସମୟରେ ଯାଇଥିବାରୁ ସଂଖ୍ୟା ସ୍ପଷ୍ଟ ହୋଇପାରୁନାହିଁ । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଓଡିଶା, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟଗୁଡିକରୁ ମୁସଲିମମାନେ ନିଜାମୁଦ୍ଦିନ ସମ୍ମିଳନୀକୁ ଆସିଥିଲେ । ସେହି ସ୍ଥାନକୁ ବର୍ତ୍ତମାନ ହଟସ୍ପଟ୍ ବା ସୁପରସ୍ପ୍ରେଡର ଭାବେ ଘୋଷିତ କରାଯାଇଛି । ଅର୍ଥାତ୍ ନିଜାମୁଦ୍ଦିନ ସମ୍ମିଳନୀରୁ ସବୁଠୁ ଅଧିକ ସଂକ୍ରମଣ ବ୍ୟାପିଛି ।

hiranchal ad1
Leave A Reply

Your email address will not be published.

3 × 3 =