ଲକଡାଉନର ବିଚିତ୍ର ପ୍ରଭାବ : ୫ଶହ କିମି ଚାଲିଚାଲି ଯିବା ପରେ ପୁତ୍ର ସନ୍ତାନ ଜନ୍ମଦେଲେ ମହିଳା

0 134

ଭୋପାଳ: ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିଚିତ୍ର ଘଟଣାମାନ ଘଟୁଥିବା ନଜରକୁ ଆସିଛି । କେଉଁଠି ଶ୍ରମିକମାନେ ଚାଲିଚାଲି ୩ଶହ୪ଶହ କି.ମି. ଯିବା ପରେ ଅସୁସ୍ଥ ହୋଇପଡୁଛନ୍ତି ତ ଆଉ କେଉଁଠି ପ୍ରାଣ ହରାଉଛନ୍ତି । ଏବେ ଏଭଳି ଏକ ଘଟଣା ଘଟିଛି ଯାହା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଉତ୍ତରପ୍ରଦେଶରୁ କେତେକ ଶ୍ରମିକ ଚାଲିଚାଲି ସେମାନଙ୍କ ଘରକୁ ଆସୁଥିଲେ । ସେମାନଙ୍କ ମଧ୍ୟରେ କେତେକ ମହିଳା ମଧ୍ୟ ଥିଲେ । ସେହି ମହିଳାଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଯାଉଥିଲେ । ୫ଶହ କି.ମି. ଚାଲିଚାଲି ଯିବା ପରେ ତାଙ୍କର ପ୍ରସବ ବେଦନା ହୋଇଥିଲା । ପରେ ରାସ୍ତାକଡରେ ସେ ପ୍ରସବ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମଲାଭ କରିଛି । ପୁତ୍ରର ନାମ ରାମ ଦିଆଯାଇଛି । ରାମ ନବମୀ ସମୟରେ ଶିଶୁଟି ଜନ୍ମ ହୋଇଥିବାରୁ ତା\’ର ଏଭଳି ନାମକରଣ ହୋଇଛି । ଏହି ଘଟଣା ଆଜି ସାମ୍ନାକୁ ଆସିଥିଲା । ମହିଳା ଜଣକ ନାମ କାଳିବାଇ । ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଉଭୟ ମାଆ ଓ ଛୁଆଙ୍କୁ କ୍ୱାରେଣ୍ଟାଇନ ରଖାଯାଇଛି । ଚାଲିଚାଲି ଆସୁଥିବା ଶ୍ରମିକମାନଙ୍କ ପାଇଁ ବର୍ତ୍ତମାନ ସରକାର ଲକଡାଉନ ଦୃଷ୍ଟିରୁ ବସ ବ୍ୟବସ୍ଥା କରୁନାହାନ୍ତି । ସଂକ୍ରମଣକୁ ରୋକିବା ପାଇଁ ଏଭଳି ଭାବରେ ଯିବାଲାଗି ସରକାର ମନା କରିଥିଲେ ମଧ୍ୟ ଶ୍ରମିକମାନେ ଖାଇବା,ରହିବା ଓ ଆର୍ଥିକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେମାନେ ଲକଡାଉନକୁ ଖାତିର ନକରି ଏଭଳି ଭାବରେ ବିପଦକୁ ଆମନ୍ତ୍ରଣ କରୁଛନ୍ତି । ଯାହା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶରୁ ବାହାରକୁ କେତେ ଶ୍ରମିକ ଗଲେଣି ତାହାର ସଠିକ୍ ହିସାବ ପ୍ରକାଶ ପାଇନାହିଁ ।

hiranchal ad1
Leave A Reply

Your email address will not be published.

2 × 5 =