ରାଜ୍ୟରେ ଆଉ ଦୁଇଟି କରୋନା ପଜିଟିଭ୍ ଚିହ୍ନଟ

0 128

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟର ହ୍ୟାଣ୍ଡେଲରେ ଆଉ ଦୁଇଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଏହି ଦୁଇ ରୋଗୀ ହେଲେ କପିଳପ୍ରସାଦ ହାଉସିଂ ବୋର୍ଡ଼ କଲୋନୀ ଫେଜ୍‌-୨ର ୭୦ବର୍ଷ ବୟସ୍କ ବୃଦ୍ଧ, ଯିଏକି ନିକଟରେ ଅଷ୍ଟ୍ରେଲିଆରୁ ଫେରିଥିଲେ ଏବଂ ଗତ ୨୨ ତାରିଖରୁ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କ ରକ୍ତ ନମୂନାରୁ ପଜିଟିଭ୍ ମିଳିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେହିଭଳି, ଅନ୍ୟଜଣେ ବମିଖାଲରୁ ଚିହ୍ନଟ ହୋଇଛନ୍ତି । ତାଙ୍କର ବୟସ ୨୯ ବର୍ଷ । ସେ ପୁରୁଷ ବ୍ୟକ୍ତି ଅଟନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବମିଖାଲ ଅଞ୍ଚଳରୁ ତିନି ଭାଇଙ୍କୁ କରୋନା ରୋଗୀ ଭାବେ ଚିହ୍ନଟ କରାଯାଇଥିଲା । ସେମାନଙ୍କର ବାପା ଭୋପାଳରେ ରୁହନ୍ତି । ସେ ମଧ୍ୟ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ । ଏହି ଦୁଇ କରୋନା ରୋଗୀଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ପଜିଟିଭ୍ ସଂଖ୍ୟା ୨୩ରେ ପହଞ୍ଚିଛି ।

hiranchal ad1
Leave A Reply

Your email address will not be published.

ten + 5 =