ଗୌତମ ଗମ୍ଭୀରଙ୍କ କାର ଦୁର୍ଘଟଣାଗ୍ରସ୍ତ

0 133

ମୁମ୍ବାଇ : ଆଇପିଏଲ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଟିମ୍‌ ବସ ମୁମ୍ବାଇରୁ ପୁଣେ ଯାଉଥିଲା । ବସ୍‌ ପଛେ ପଛେ ଗୌତମ ଗମ୍ଭୀରଙ୍କ କାର ମଧ୍ୟ ଯାଉଥିଲା । ଏହି କାରଟି ଦୁର୍ଘଟଣା ହୋଇଥିବା ଖବର ଆସୁଛି । ସୌଭାଗ୍ୟବଶତଃ ଗୌତମ ଗମ୍ଭୀର ଏହି କାର ନଥିଲେ । କାରରେ ଲକ୍ଷ୍ନୌ ଟିମର ସିଇଓ ଓ ଗୌତମ ଗମ୍ଭୀରଙ୍କ ବ୍ୟକ୍ତିଗତ ସଚିବ ଥିଲେ । ସେମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ ଟିମ୍‌ର କୌଣସି ସଦସ୍ୟ ଆହତ ହୋଇନାହାନ୍ତି । ଟିମର ସମସ୍ତ ସଦସ୍ୟଙ୍କ ସହ ଗୌତମ ଗମ୍ଭୀର ମଧ୍ୟ ସୁରକ୍ଷିତ ଭାବେ ପୁଣେରେ ପହଞ୍ଚି ସାରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

eleven − 5 =