ବାଟକୁ ଆସିଲା ଚୀନ : ପଢା ଶେଷ ପାଇଁ ଫେରିବାକୁ ଭାରତୀୟ ଛାତ୍ରଙ୍କୁ ଦେଲା ଅନୁମତି

0 50

ନୂଆଦିଲ୍ଲୀ,୨୯/୪ : ଭାରତର ଯେସାକୁ ତେସା ନୀତି କାମ ଦେଇଛି ଏବଂ ବାଟକୁ ଆସିଛି ଚୀନ । କରୋନା ସମୟରେ ଭାରତୀୟ ଛାତ୍ରଛାତ୍ରୀମାନେ ପାଠପଢା ଅଧାରୁ ଭାରତ ଚାଲିଆସିଥିଲେ । କିନ୍ତୁ ପରିସ୍ଥିତି ସୁଧୁରିବାରୁ ସେମାନେ ଯେତେବେଳେ ପାଠପଢା ଶେଷ କରିବା ଲାଗି ଚୀନ ଫେରିଯିବାକୁ ଚାହିଁଲେ,ସେତେବେଳେ ବେଜିଂ ସରକାର ମନା କରିଦେଲେ । ଏହାପରେ ଚୀନକୁ ଉଚିତ ଜବାବ ଦେବାକୁ ଯାଇ ଭାରତ ଚୀନ ନାଗରିକଙ୍କ ପର୍ଯ୍ୟଟନ ଭିସାକୁ ରଦ୍ଦ କରିଦେଲେ । ଭାରତର ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ଏବେ ଭାରତୀୟ ଛାତ୍ରମାନଙ୍କୁ ଚୀନ ଫେରିଆସିବା ଲାଗି ଅନୁମତି ଦେଇଛି । ଫଳରେ ଅସଂଖ୍ୟ ଭାରତୀୟ ଛାତ୍ରଛାତ୍ରୀ ଉପକୃତ ହେବେ । ଦୁଇବର୍ଷ ପରେ ଚୀନ ସରକାର ଭାରତର କିଛି ନାଗରିକଙ୍କୁ ଚୀନ ଯାଇ ପାଠ ପଢିବାକୁ ଅନୁମତି ଦେଇଛନ୍ତି । ଏହାସହ ଚୀନ ସରକାର ଛାତ୍ରମାନଙ୍କ ଠାରୁ କିଛି ଜରୁରୀ ସୂଚନା ମାଗିଛନ୍ତି । ଚୀନରେ ଥିବା ଭାରତୀୟ ଦୂତାବାସ ତରଫରୁ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଭାରତୀୟ ଦୂତାବାସ ତରଫରୁ କୁହାଯାଇଛିି, ମାର୍ଚ୍ଚ ୨୫ ତାରିଖରେ ଚୀନ ବିଦେଶମନ୍ତ୍ରୀ ୱାଙ୍ଗ ୟୀଙ୍କ ସହ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଂକରଙ୍କର ବୈଠକ ପରେ ଚୀନ ଏବେ ଭାରତୀୟ ଛାତ୍ରଙ୍କ ଫେରିବା ପାଇଁ ଅନୁମତି ଦେଇଛି । ଏହାସହ ଚୀନ ସରକାରଙ୍କ ତରଫରୁ ଭାରତୀୟ ଛାତ୍ରଙ୍କୁ ମଇ ୮ ତାରିଖ ସୁଦ୍ଧା ଫର୍ମ ପୂରଣ କରି ସୂଚନା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ଚୀନରେ ୨୩ ହଜାର ଭାରତୀୟ ଛାତ୍ର ମେଡିକାଲ ପଢୁଛନ୍ତି । ସେମାନେ କରୋନା ସମୟରେ ଚୀନରୁ ଭାରତ ଫେରି ଆସିଥିଲେ । ହେଲେ କରୋନାର ପ୍ରକୋପ କମିବା ପରେ ଯେତେବେଳେ ଭାରତୀୟ ଛାତ୍ରମାନେ ପୁଣି ଚୀନ ଫେରିଯାଇ ପାଠପଢିବାକୁ ଇଚ୍ଛା ପ୍ରକାଶ କରିଥିଲେ ସେତେବେଳେ ଚୀନ ତରଫରୁ ସେମାନଙ୍କୁ ଭିସା ମିଳି ନଥିଲା ।

hiranchal ad1
Leave A Reply

Your email address will not be published.

thirteen + twelve =